ବାରିପଦା : ଭଞ୍ଜସେନାର ୨୬ତମ ପ୍ରତିଷ୍ଠା ଦିବସ ସମଗ୍ର ମୟୂରଭଞ୍ଜରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି । ମୟୂରଭଞ୍ଜର ୨୬ଟି ବ୍ଲକ, ୨ଟି ମୁ୍ୟନିସିପାଲଟି ଓ ୨ଟି ଏନ୍ଏଏସି ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯଥା ଛୋଟବଡ ଚିକିସôାଳୟରେ ରୋଗୀଙ୍କୁ ଫଳ ବିସ୍କୁଟ ବଣ୍ଟନ, ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ମୟୂରଭଞ୍ଜରେ ପର୍ଯ୍ୟଟନଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ଲକ୍ଷାଧିକ ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବା ସଂଗଠନର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାବାସୀଙ୍କ ମଧ୍ୟରେ ଜନସଚେତନତା ଉଦେ୍ଦଶ୍ୟରେ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ବୈଠକମାନ ଅନୁଷ୍ଠିତ ହୋଇଯାଇଛି । ସେହିପରି ବାରିପଦା ଓ ରାଇରଙ୍ଗପୁର ସହରରେ ଏହି ଦାବି ସମ୍ବନ୍ଧରେ ଏକ ବିଶାଳ ଜନସଚେତନତା ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ବାରିପଦାରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଗୁଡିକରେ ଭଞ୍ଜସେନା ନେତୃବୃନ୍ଦ ସଂଜୀବ୍ ରାଉତ, ସତ୍ୟସ୍ୱରୂପ ଦାସ, ନିମାଇଁ ତ୍ରିପାଠୀ, ଲାଲବାହାଦୂର ମହାନ୍ତି, ରାକେଶ ବେହେରା, ବାଜୁନ୍ ହାଁସଦାଃ, ସାମନ୍ତ ଶେଖର ପାଲ, ରାକେଶ ମହାନ୍ତି, ପ୍ରଶାନ୍ତ ମହାକୁଡ, ଏସକେ ରାଜାଖାନ୍, ମାନସ ବେହେରା, ସୌମ୍ୟ ରଞ୍ଜନ ମିଶ୍ର, ଜ୍ୟୋତି ରଞ୍ଜନ ପୃଷ୍ଟି, ସୂର୍ଯ୍ୟବର୍ଦ୍ଧନ ସିଂହଦେଓ, ଧନଞ୍ଜୟ ସାହୁ, ଗଣେଶ ମହାନ୍ତି ଓ ପ୍ରୀତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଭଞ୍ଜସେନା ମୟୂରଭଞ୍ଜ ଜିଲ୍ଲାର ନ୍ୟାର୍ଯ୍ୟ ଦାବିଗୁଡିକୁ ହାସଲ କରିବା ପାଇଁ ଅହରହ ସଂଗ୍ରାମ କରିବା ସହ ଜିଲ୍ଲାର ସାମୂହିକ ଓ ସାମଗ୍ରୀକ ବିକାଶ ନିମନ୍ତେ ଭଞ୍ଜସେନା ଆଗାମୀ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି ।