ଆଠଗଡ଼ ତା ୨୨-୦୧-୨୪। ସୋମବାର ପ୍ରଭୁ ଶ୍ରୀରାମ ଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର ରେ ରାମଲଲା ଙ୍କ ପ୍ରାଣ ପ୍ରତିଷ୍ଠା କୁ ନେଇ ସାରା ଭାରତ ଉତ୍ସବ ମୁଖର ହୋଇ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି । ସେହିଭଳି ଆଠଗଡ଼ ଅଞ୍ଚଳ ର ପ୍ରତ୍ୟେକ ଗାଆଁ ରେ ଥିବା ରାମ ମନ୍ଦିର ଗୁଡ଼ିକ ରେ ସକାଳୁ ହନୁମାନ ଚାଳିଶା ପାଠ ଏବଂ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି। ଅଧିକାଂଶ ଗାଁ ରେ ରାତିରେ ରାମଲୀଳା ପରିବେଷଣ କରା ଯିବା ପାଇଁ ପ୍ରସ୍ତୁତି ସରିଛି। ଆଠଗଡ଼ ସହର ମଧ୍ୟରେ ଥିବା ରଘୁନାଥ ମନ୍ଦିର ରେ ସକାଳୁ ୧୦୮ ହନୁମାନ ଚାଳିଶା ପାଠ ପ୍ରସାଦ ସେବନ ସହିତ ସନ୍ଧ୍ୟା ରେ ଅଟ୍ଟାଳୀ ଜଗନ୍ନାଥ ଭଜନ ସନ୍ଧ୍ୟା ତରଫରୁ ରାମ ଭଜନ ପରିବେଷଣ କରା ଯାଇଥିଲା। ଆଠଗଡ଼ ର ପ୍ରାୟ ପ୍ରତ୍ୟେକ ରାମ ମନ୍ଦିର ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା। ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ଶ୍ରୀ ରାମଙ୍କୁ ଭୋଗ ଲଗାଇ ଉପବାସ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ମନ୍ଦିର ଗୁଡ଼ିକୁ ରଙ୍ଗ ବେରଙ୍ଗର ଫୁଲ ଏବଂ ଆଲୋକମାଳାରେ ରେ ସଜାଇବା ସହିତ ସନ୍ଧ୍ୟା ରେ ଦୀପ ଜାଳି ଦୀପାବଳୀ ପାଳନ ସହିତ ନାମ ସଂକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଛି। କୁଲାଇଲୋ ପଞ୍ଚାୟତ ପାଟଲିଙ୍ଗା ଗ୍ରାମର ମୁରୁବି ପ୍ରଭାକର ସାହୁ ଙ୍କ ତତ୍ତ୍ୱାବଧାନରେ ଶ୍ରୀରାମ, ଲକ୍ଷ୍ମଣ, ସୀତା, ହନୁମାନ, ବେଶରେ ଗ୍ରାମ ଭ୍ରମଣ କରି ହରିବୋଲ ହୁଳହୁଳି ସହିତ ଜୟ ଶ୍ରୀରାମ ଧ୍ୱନି ରେ ପ୍ରକମ୍ପିତ ହୋଇଉଠିଛି। ଏହି ଅବସରରେ ଆଠଗଡ଼ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା ହୋଇଥିଲା।