Odisha news

ଖାଦ୍ୟ ସହିତ ପାଣି ବିଷାକ୍ତ। ଗୋଟିଏ ପରିବାରର ଆଠ ଗୁରୁତର। ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି

0
ଆଠଗଡ଼ ତା ୨୨-୦୧-୨୪ ଗୋଟିଏ ପରିବାର ରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ଆଠ ଜଣ। ସେମାନେ ଗୋଟିଏ ନିର୍ଦ୍ଧିଷ୍ଟ କୂଅରୁ ପାଣି ପାଇଥାନ୍ତି। ଅନେକ ଦିନରୁ ଏହି କୂଅଟି ବିଶୋଧନ ହୋଇ ନାହିଁ। ସେହି କୂଅର ପାଣି ପିଇବା ସହିତ ଗତକାଲି ରାତିରେ ଘରେ ଚିକେନ ବିରିଆନି କରି ପରିବାରର ସମସ୍ତେ ଖାଇଥିଲେ। ଆଜି ସକାଳୁ ସମସ୍ତେ ସୁସ୍ଥ ଥିବା ବେଳେ ଅପରାହ୍ନରେ ହଠାତ୍ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଫଳରେ ଗୋଟିଏ ପରିବାରର ବଡ଼ଭାଇ ବ୍ରହ୍ମାନନ୍ଦ ଭୁଜବଳ,(୪୭), ତାଙ୍କ ସାନଭାଇ ତପନ ଭୁଜବଳ (୩୯), ସେମାନଙ୍କ ସ୍ତ୍ରୀ ସଞ୍ଜିତା ଭୁଜବଳ (୩୯), ସରିତା ଭୁଜବଳ (୩୨) ଙ୍କ ସହିତ ଛୋଟ ପିଲା ଶୁଭ ସ୍ମିତା ଭୁଜବଳ (୧୮)ସନ୍ଦୀପ ଏବଂ ଆଶିଷ ଭୁଜବଳ (୧୦)  ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମାନେ ସମସ୍ତେ ଆଠଗଡ଼ ବ୍ଲକ କଣ୍ଡରେଇ ପଞ୍ଚାୟତ ଡାଳୁଆ ବାଉଁଶ ଟାଙ୍ଗର ଗ୍ରାମ ର ବୋଲି ଜଣାପଡିଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି
Leave A Reply