Odisha news

ମୟୂରଭଞ୍ଜ କରାତେ ଡ ଆସୋସିଏସନ୍ ୩୩ତମ ବାର୍ଷିକ ଉତ୍ସବ ପାଳିତ

0

ବାରିପଦା  : ମୟୂରଭଞ୍ଜ କରାତେ ଡ ଆସୋସିଏସନ୍ର ୩୩ତମ ବାର୍ଷିକ ପାଳିତ ହୋଇଯାଇଅଛି । ଏହି ଉସôବରେ ମୟୂରଭଞ୍ଜ କରାତେ ଡ ଆସୋସିଏସନ୍ର ପ୍ରତିିଷ୍ଠାତା କୀଓନସି ଶ୍ରୀକାନ୍ତ ବାରିକ, କରାତେ ସଙ୍ଘର ସଭାପତି କରୁଣାକର ହେମ୍ବ୍ରମ, ସମ୍ପାଦକ ରେନ୍ସି ସୁଶାନ୍ତ ବାରିକ, ମୁଖ୍ୟଅତିିଥି ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟବକ୍ତା ବିଜନ କୁମାର ପଣ୍ଡା ଓ ମୟୂରଭଞ୍ଜ ଜିଲ୍ଲାର ପୁରାତନ ଛାତ୍ର ଯାଦୁନାଥ ନାୟକ, ରଂଜନ କୁମାର ପୃଷ୍ଟି, ରଞ୍ଜିତ ସେଠୀ, ଆନନ୍ଦ ହାଁସଦାଃ, ସଞ୍ଜୟ କୁମାର ସାହୁ, ପବିତ୍ର ନାୟକ, ସୁଭ୍ରଜତ୍ ନାୟକ, ସାଇ ସୁନ୍ଦର ବାରିକ ଓ ଏସ.ର ଶିବା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିିଷ୍ଠାତା କୀଓନସି ଶ୍ରୀକାନ୍ତ ବାରିକ କରାତେ ଖେଳ ବର୍ତ୍ତମାନ ଯୁଗରେ ନିଶ୍ଚୟ ଆବଶ୍ୟକ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । କେତେ ଘାତ ପ୍ରତିଘାତ ମଧ୍ୟରେ ଏହି ମୟୂରଭଞ୍ଜ କରାତେ ସଙ୍ଘ ୩୩ବର୍ଷ ରେ ପହଞ୍ଚିଛି ବୋଲି ପ୍ରତିଷ୍ଠାତା ସୂଚନା ଦେଇଥିଲେ । ସଭାପତି କରୁଣାକର ହେମ୍ବ୍ରମ ଓ ମୁଖ୍ୟଅତିଥି ଶାନ୍ତନୁ କୁମାର ମହାନ୍ତି କରାତେ ଖେଲ ଦ୍ୱାରା ପିଲା ମାନଙ୍କ ଉତ୍ତମ ଶାରୀରିକ ଗଠନ ଓ ମାନସିକ ବୃଦ୍ଧି ସାଙ୍ଗକୁ ଏହି କରାତେ ସଂଘ କିଭଳି ଭାବରେ ଜିଲ୍ଲା, ରାଜ୍ୟ, ଜାତୀୟ ସ୍ତରରେ ଖେଳି ନାମ ଅର୍ଜନ କରି ମୟୂରଭଞ୍ଜ ଜିଲ୍ଲାକୁ ଆଗକୁ ଆଗେଇ ନେବେ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସମ୍ପାଦକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଇତି ସମସ୍ତ ଅତିଥିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply