ବାରିପଦା : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୫ବର୍ଷ ପୂର୍ତ୍ତି ଓ ରାମ ଜନ୍ମ ଭୂମି ପ୍ରତିଷ୍ଠା ଅବସରରେ ବାରିପଦା ନଗର ତରଫରୁ ପୁରୁଣା କାର୍ଯ୍ୟକର୍ତ୍ତା ମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭାପତି ସ୍ୱରୂପ ପଟ୍ଟନାୟକ ଏବଂ ପୂର୍ବତନ ରାଜ୍ୟ କୋଷାଧ୍ୟକ୍ଷ ଅରବିନ୍ଦ ଜ୍ୟୋତିଷ ପୂର୍ବତନ ବାରିପଦା ଜିଲ୍ଲା ସଂଗଠନ ସମ୍ପାଦକ ଏବଂ ବର୍ତ୍ତମାନ ଅଖିଳ ଭାରତୀୟ ଜନଜାତି ପ୍ରମୁଖ ପ୍ରମୋଦ ରାଉତ ଭାଇ ଏବଂ ବାରିପଦା ଜିଲ୍ଲା ପ୍ରମୁଖ ପଙ୍କଜ ଦାସ ଏବଂ ବାରିପଦା ଜିଲ୍ଲାର ପୂର୍ବତନ ସମସ୍ତ କାର୍ଯକର୍ତ୍ତାଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ ନରୋତ୍ତୋମ ପାଣିଗ୍ରାହୀ, ଶୁଭ୍ରାଂଶୁ ସାହୁ, ମନୋଜ ମହାନ୍ତ, ସୁନିଲ ନାୟକ, ସଲିଲ ଦେ, ତପନ ହେମ୍ବ୍ରମ, ନଚିକେତା ଦାସ, ଅମ୍ବ୍ରିଶ ପରିଡ଼ା, କମଲ ଜେନା, ସୌଭାଗ୍ୟ ମହାପାତ୍ର, ମାନସ ବାରିକ, ନନ୍ଦକିଶୋର ଦାସ ପ୍ରମୁଖଙ୍କ ସହ ବିଦ୍ୟାର୍ଥୀ ପରିଷଦର ବିକାଶ ଏବଂ ବ୍ୟବସ୍ଥା ତାସହ ଛାତ୍ର ମାନଙ୍କ ନେତୃତ୍ୱର ବିକାଶ କିଭଳି ଭାବେ ହେବ ତାସମ୍ପର୍କ ରେ ମାନେ ବିଷୟ ରଖିଥିଲେ । ମୁଖ୍ୟବ୍ୟକ୍ତା ପ୍ରମୋଦ ଭାଇ ବକ୍ତବ୍ୟ ମାଧ୍ୟମରେ ବିଦ୍ୟାର୍ଥô ପରିଷଦର ମୂଳମନ୍ତ୍ର ଜ୍ଞାନ ଚରିତ୍ର ଏକତା ଆଧାରରେ ସୁନାଗରିକ ହିସାବରେ ରାଷ୍ଟ୍ର ନିର୍ମାଣ ସହଭାଗୀ ହେବାପାଇଁ ପରାମର୍ଶ ଦେଇଥିଲେ ।