Odisha news

ରାଧାକୃଷ୍ଣ ପାଠାଗାରା ବାଉଁଶଲୁଣ୍ଡି ତରଫରୁ ଚକରା ବିଷୋୟୀ ଜୟନ୍ତୀ ପାଳନ 

0
ଭଞ୍ଜନଗର – 20/01 ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ୨୦୧ତମ ଜୟନ୍ତୀ ରାଧାକୃଷ୍ଣ ପାଠାଗାରା ତରଫରୁ ପାଳିତ ହୋଇଯାଇଛି। ଇତ୍ୟବସରେ ଅପରାହ୍ନ ୨.୩୦ ମିନିଟ୍ ସମୟରେ ଘୁମୁସର ବିଦ୍ରୋହ ଶୀର୍ଷକ ଏକ ଆଲୋଚନା ସଭା  ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଚକରା ବିଷୋୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟପଣ କରାଯିବାପରେ କୁମାରୀ ମନୀଷା ପ୍ରଧାନ, ତାନିସାରାଣୀ ସ୍ୱାଇଁ, ତୁଳସୀ ପ୍ରଧାନ, ଇପ୍ସିତା ସାହୁ, ଲିପ୍ସାରାଣୀ ସାହୁ ପ୍ରାରମ୍ବିକ ସଙ୍ଗୀତ ଗାନ କରିଥିଲେ।
 ଗୋବରା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ନଳିନୀ ପ୍ରଭାଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ  ପ୍ରାପ୍ତ ଶିକ୍ଷକ ବନମାଳି ଲେଙ୍କା ସମ୍ମାନିତ ଘୁମୁସର ସମ୍ବାଦର ସମ୍ପାଦକ ନେତାଜୀ ବିଷୋୟୀ  ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ  | ବିଦେଶୀ ଶାସକ ବିରୁଦ୍ଧରେ ଘୁମୁସରର ଦୁଦ୍ଧର୍ଷ ବୀର ବିଶେଷତ୍ଵ ଦୋହାରା ବିଷୋୟୀ ଓ ଚକରା ବିଷୋୟୀଙ୍କ ସଶସ୍ତ୍ର ସଂଗ୍ରାମ  ସମ୍ପର୍କ  ବିଶେସ୍ୱତ ଆଲୋଚନା କରି ଥିଲେ। ମୂଖ୍ୟ ଅତିଥି ଡ. ଦାସ  ମହାଶୟା ବୀର ଚକରା ବିଷୋୟୀଙ୍କ ଆଦର୍ଶ ଭିତ୍ତିକ ଏକ କବିତା ଆବୃତ୍ତି କରିଥିଲେ।ଭଞ୍ଜନଗର ଠାରେ  ବାର ଆସୋସିଏସନ୍ ସଭାପତି ଅଭିମନ୍ୟୁ ଗୌଡ଼ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମଚରଣ ପ୍ରଧାନ , ଦିବାକର ଲେଙ୍କା, ଓ ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର ଦୋହରା ବିଷୋୟୀ ଓ ଚକରା ବିଷୋୟୀ ରଣ କୌଶଲ ନିର୍ଭିକତା ଦେଶପ୍ରୀତି ତ୍ୟାଗ ଓ ଉସଗ୍ରୀକୃତ ଜୀବନୀରେ ଅନୁପ୍ରାଣିତ ହେବା ପାଇଁ  ଆହନ କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ସୁଭାସ ଚନ୍ଦ୍ର ପାଢି ଦ୍ଵାରା ଲିଖିତ ଚକରା ବିଷୋୟୀଙ୍କ ସଂପ୍ରକିତ ପ୍ରବନ୍ଧ ଉପସ୍ଥିତ ଅତିଥି ଓ  ଅନନ୍ୟ ବ୍ୟକ୍ତି ମାନଙ୍କୁ ବଣ୍ଟନ କରାଯାଇଥିଲା। ଆଲୋଚନା ସଭାରେ ଶିକ୍ଷକ ମୋହନ ସାହୁ , ଭଞ୍ଜକିଶୋର ପ୍ରଧାନ , ଜୟରାମ ଗୌଡ଼ , ଶିକ୍ଷକ ଦିବାକର ପ୍ରଧାନ ଅବସର ପ୍ରାପ୍ତ ଶିକ୍ଷକ ରମାରଞ୍ଜନ ସାହୁ , ଅରବିନ୍ଦ ସାହୁ ଓ ନାଟ୍ୟ  ନିର୍ଦେଶକ ଆଦିକନ୍ଦ ଗୌଡ଼ ସମତେ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ସମ୍ପାଦକ ଭଞ୍ଜକିଶୋର ପ୍ରଧାନ କାର୍ଯ୍ୟକ୍ରମଙ୍କୁ  ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
Leave A Reply