Odisha news

ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପର୍ବ ପାଳିତ

0
ବୁଗୁଡ଼ା : ତା ୨୦/୦୧/୨୪ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପର୍ବ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ଅବକାଶ ନୀତି, ବାଲ ସୂର୍ଯ୍ୟ ପୂଜା, ତ୍ରିକାଳ ପୂଜା ନୀତି ଅନୁଷ୍ଠିତ ହୋଇଥୁଲା। ମଧ୍ୟାହ୍ନରେ ପୁରୋହିତ ଚିତ୍ତ ରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ବୈଷ୍ଣବ ଚରଣ ଦାଶ, ଚିନ୍ମୟ ଦାଶ, ଶିବ ପ୍ରସାଦ ଦାଶ, ଶ୍ରୀକାନ୍ତ ମିଶ୍ର  ପ୍ରମୁଖ ଯୋଗ ଦେଇ ହୋମ କାର୍ଯ୍ୟ ସମ୍ପାଦନ କରିଥିଲା ବେଳେ  ମହନ୍ତ ଭକ୍ତରାମ ଦାସ ହୋମ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତ୍ରିକାଳ ସନ୍ଧ୍ୟାରେ ଚନ୍ଦ୍ର ପୂଜା, ଆଳତି, ରାଜ ଭୋଗ, ବଡ ସିଙ୍ଘାର ନୀତି ଆଦି ପୂଜକ ଉମାକାନ୍ତ ଦାଶଙ୍କ ଦ୍ବାରା ଯଥାବିଧି ପ୍ରକାରେ ସମ୍ପନ୍ନ ହୋଇଥିଲା । ଉକ୍ତ ପର୍ବ ପାଳନ ଅବସରରେ ଚର୍ମ ରୋଗରୁ ମୁକ୍ତି ପାଇବା ପାଇଁ ମାନସିକଧାରୀଙ୍କ
ସମାବେଶ ଦେଖିବାକୁ ମିଳିଥିଲା ।
Govt
Leave A Reply