ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ତଳ ମହଲାର ନିର୍ମାଣ କାମ ଶେଷ ହୋଇଛି। ଏବେ ଜାନୁଆରି ୨୨ରେ ରାମ ମନ୍ଦିରର ଉଦଘାଟନ ହେବ। ସମସ୍ତ ରୀତିନୀତି ସହ ରାମ ମନ୍ଦିରର ଉଦଘାଟନ ହେବା ସହ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ବ ଏହି ସମାରୋହରେ ଯୋଗ ଦେବେ। ଭବ୍ୟ ରାମ ମନ୍ଦିର ପାରମ୍ପାରିକ ଭାରତୀୟ ବାସ୍ତୁକଳାର ଏକ ଚମତ୍କାର ଉଦାହରଣ ବୋଲି ପ୍ରମାଣ ହୋଇସାରିଛି। ଏହାର ନିର୍ମାଣରେ ଏପରି କିଛି ଟେକ୍ନୋଲୋଜି ବ୍ୟବହୃତ ହୋଇଛି, ଯାହାଦ୍ବାରା ମନ୍ଦିର ଶତାବ୍ଦୀ ଶତାଦ୍ଦୀ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ର ସବୁଠୁ ବଡ଼ କଥା ହେଲା ରାମ ମନ୍ଦିର ନିର୍ମାଣରେ ଆଦୌ ଷ୍ଟିଲ ଏବଂ ଲୁହାର ବ୍ୟବହାର କରାଯାଇ ନାହିଁ। ମନ୍ଦିର ନିର୍ମାଣ କମିଟିର ସଭାପତି ନୃପେନ୍ଦ୍ର ମିଶ୍ରା କହିଛନ୍ତି ଯେ, ମନ୍ଦିର ଯେମିତି ଏକ ହଜାର ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିବ, ସେଭଳି ଭାବେ ଏହାକୁ ନିର୍ମାଣ କରାଯାଇଛି। ବୈଜ୍ଞାନିକମାନେ ମନ୍ଦିର ନିର୍ମାଣରେ ପୂର୍ବରୁ କେବେ ଏଭଳି ଟେକ୍ନୋଲୋଜି ବ୍ୟବହାର କରିନଥିଲେ।ରାମ ମନ୍ଦିରରେ ଲୁହା କିମ୍ବା ଷ୍ଟିଲ ବ୍ୟବହାର କରାଯାଇ ନାହିଁ, କାରଣ ଲୁହାର ଆୟୁଷ ମାତ୍ର ୮୦-୯୦ ବର୍ଷ। ମନ୍ଦିରର ଉଚ୍ଚତା ୧୬୧ଫୁଟ ଅର୍ଥାତ୍ କୁତୁବ୍ ମିନାରର ପ୍ରାୟ ୭୦% ହେବ। ତିନି ମହଲା ମନ୍ଦିରର ସମୁଦାୟ କ୍ଷେତ୍ରଫଳ ୨.୭ ଏକର ହୋଇଥିବା ସହ ଏହାକୁ ୫୭,୦୦୦ ବର୍ଗଫୁଟରେ ନିର୍ମାଣ କରାଯାଇଛି।