ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର,ବଡ଼ଚଣା ବ୍ଲକ ଅନ୍ତର୍ଗତ ବନ୍ଦାଳ ସ୍ଥିତ ମା’ ତାରିଣୀମନ୍ଦିର ପରିସରରେ ପୂଜା କମିଟି ପକ୍ଷରୁ ପଞ୍ଚମ ବାର୍ଷିକ ଶିଶୁ କଲ୍ଲୋଳ ମହୋତ୍ସବ ଅନୁଷ୍ଠିତ ହୋଇଥିଲା! କମିଟି ସଭାପତି ପରମେଶ୍ୱର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ ମହୋତ୍ସବକୁ ଉଦଘାଟନ କରି ଶିଶୁ ମାନଙ୍କ ପାଇଁ କମିଟି ପକ୍ଷରୁ ଏଭଳି ଏକ ଆୟୋଜନକୁ ଉଚ୍ଚ ପ୍ରଶଂସା କରିଥିଲେ ! ମୁଖ୍ୟ ଅତିଥି ଭାବେ ବଡ଼ଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ଯୋଗେଦେଇ ଏଭଳି ମଞ୍ଚ ଶିଶୁ ମାନଙ୍କର ପ୍ରତିଭା ବିକାଶରେ ବେଶ ସହାୟକ ହୋଇଥାଏ ବୋଲି କହିଥିଲେ ! ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ସାମ୍ବାଦିକ ଭକ୍ତ ଚରଣ ସାହୁ ଯୋଗଦେଇଥିଲେ ! ଏହି ଅବସରରେ ଶତାଧିକ ଶିଶୁଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ! ସେହିପରି କମିଟି ପକ୍ଷରୁ ଥାନାଧିକାରୀ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ ! କମିଟି ସମ୍ପାଦକ ଯଚିନ୍ଦ୍ର ମହାନ୍ତି ବିବରଣୀ ପାଠ କରିଥିବା ବେଳେ ଅନ୍ୟତମ ଆୟୋଜିକା ସୁଭଦ୍ରା ମହାନ୍ତି ଅତିଥି ପରିଚୟ ଓ ରାକେଶ ମହାନ୍ତି ମାନପତ୍ର ପାଠ କରିଥିଲେ ! ସତ୍ୟରଞ୍ଜନ ମହାନ୍ତି, ସୌମ୍ୟ ରଞ୍ଜନ ମହାନ୍ତି, ରାଜେଶ ମହାନ୍ତି, ଅନ୍ତର୍ଯ୍ୟାମୀ ମହାନ୍ତି, ସସ୍ମିତା ମହାନ୍ତି, ପ୍ରକାଶ ବଳ ଓ ସୂର୍ଯ୍ୟକାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ! ପ୍ରାରମ୍ଭରେ ଯାଦୁ ଖେଳାଳୀ କୁନା ଯାଦୁଖେଳ ପ୍ରଦର୍ଶନ କରିଥିଲେ !
