ବେତନଟୀ: ବୈଶିଙ୍ଗା ଥାନା ଅନ୍ତର୍ଗତ ରଘୁପୁର ପଞ୍ଚାୟତର ଖୁଣ୍ଟାପୁର ହାଇସ୍କୁଲ ପଡ଼ିଆରେ ନବଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଶ୍ରୀରାମ ଚରିତ ମାନସ କଥାମୃତ ଆଜି ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ଜଣାଯାଇଛି। ଆଜି ଗ୍ରାମ ପୋଖରୀରୁ ମହିଳା ଓ ପୁରୁଷ ଙ୍କ ଦ୍ୱାରା ଘଟୋତ୍ତଳନ କରାଯାଇ ଶୋଭାଯାତ୍ରାରେ ପୂଜା ସ୍ଥଳକୁ ଅଣା ଯାଇଥିଲା।ଏହା ପରେ ଘଟ ସ୍ଥାପନା ସହିତ ମର୍ଯ୍ୟାଦା ପୁରୁଷୋତ୍ତମ ରାମ, ଲକ୍ଷ୍ମଣ ଓ ସୀତାଦେବୀ ଙ୍କ ମୂର୍ତ୍ତି ଙ୍କୁ ଆଚାର୍ଯ୍ୟ ବ୍ରାହ୍ମଣଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଟା କରାଯାଇ ଥିଲା। ସନ୍ଧ୍ୟାରେ ଶ୍ରୀ ଶ୍ରୀ ବିଜୟ ରାଘବେନ୍ଦ୍ର ଦାସ ମହାରାଜ ଙ୍କ ଦ୍ଵାରା ଶ୍ରୀରାମ ଚରିତ ମାନସ କଥାମୃତ ଆରମ୍ଭ ହୋଇଥିଲା। ଆଞ୍ଚଳିକ ଭାଗବତ ପରିବାର ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ କଥାବ୍ୟାସକୁ ଉପଭୋଗ କରିଥିଲେ। ଶେଷରେ ଆନନ୍ଦ ବଜାରରେ ପ୍ରସାଦ ସେବନ କରି ଭକ୍ତମାନେ ଘରକୁ ବାହୁଡିଥିଲେ।