ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି ଓ ସୋମବାର l ଆଜିର ଦିନରେ ସୂର୍ଯ୍ୟ ଦେବ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବେ l ତେଣୁ ଏହି ଦିନ ଟି ର ହିନ୍ଦୁ ଧର୍ମ ରେ ଖୁବ ମହତ୍ୱ ରହିଛି l
ଚଳିତ ଥର ମକର ସଂକ୍ରାନ୍ତି ରେ ୭୭ ବର୍ଷ ପରେ ବରିୟାନ ଯୋଗ ସହିତ ରବି ଯୋଗ ସଂଗଠିତ ହେଉଛି l ସୂର୍ଯ୍ୟ ଙ୍କ ର ଉତରାୟଣ ଗତି ଯୋଗୁଁ ବୁଧ ଓ ମଙ୍ଗଳ ଗୋଟିଏ ରାଶି ଧନୁ ରେ ବିରଜମାନ କରିବେ ତେଣୁ ଏହି ସଂଯୋଗ ଖୁବ ଦୁର୍ଲଭ ଅଟେ l
* ଆଜି ସୋମବାର ଓ ମକର ସଂକ୍ରାନ୍ତି ହୋଇଥିବା କାରଣ ରୁ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ମହାଦେବ ଙ୍କ ନିକଟରେ ଶ୍ୱେତ ପଦ୍ମ ସହିତ କର୍ପୁର ମିଶ୍ରିତ ଜଳ ଅର୍ପଣ କରନ୍ତୁ l
* ଯେଉଁ ବ୍ୟକ୍ତିଙ୍କ ଜୀବନ ରେ ବ୍ୟବସାୟ ରେ ବାଧାବିଘ୍ନ ଦେଖା ଦେଉଛି ସେମାନେ ଘରେ ରଖିଥିବା ଠାକୁରଙ୍କ ନିକଟ ରେ ରାଶି ତେଲ ରେ ଅଖଣ୍ଡ ଦୀପ ଜଳାନ୍ତୁ l
* ଆଜିର ଦିନରେ ସୂର୍ଯ୍ୟ ଦେବଙ୍କ ନିକଟରେ କଳା ରାଶି ଓ ଗୁଡ଼ ଅର୍ପଣ କରିବା ଦ୍ୱାରା ଘରର ସମସ୍ତ କଷ୍ଟ ଦୂର ହୋଇଥାଏ ଓ ରୋଗ ବୈରାଗ ରୁ ମୁକ୍ତି ମିଳିଥାଏ l
* ଆଜିର ଦିନ ରେ ଦାନ ର ଖୁବ ମହତ୍ୱ ରହିଛି l ତେଣୁ ଆଜିର ଦିନରେ ସୁଖ ସମୃଦ୍ଧି ପାଇଁ ଗୁଡ଼ , ଚାଉଳ ଓ ରାଶି ଦାନ କରନ୍ତୁ l ଏବଂ ଏହି ଦାନ କାର୍ଯ୍ୟ ସକାଳ ୧୦ ଟା ମଧ୍ୟରେ କରିବା ଜରୁରୀ ଅଟେ l
* ମକର ସଂକ୍ରାନ୍ତି ଦିନ ମହାଦେବ ମନ୍ଦିର ଓ ହନୁମାନ ମନ୍ଦିର ରେ ନାଲି କପଡା ରେ ଚାଉଳ ଓ ନଡ଼ିଆ ଅର୍ପଣ କରିବା ଦ୍ୱାରା ଅର୍ଥ ସମସ୍ୟା ଦୂର ହୋଇଥାଏ l