Odisha news

ଓୟୁଜେର ନବ ନିଯୁକ୍ତ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

0
ରଣପୁର, ୧୪/୦୧ :  ଓୟୁଜେର ନୟାଗଡ ଜିଲ୍ଲା ସଭାପତି ତଥା ରଣପୁରର ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନଙ୍କୁ ଓୟୁଜେ ରାଜ୍ୟ ଶାଖା ତରଫରୁ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି | ସେ ଦୀର୍ଘ ଦିନ ଧରି ନିଷ୍ଠାପର ଭାବେ ଓୟୁଜେର କାର୍ଯ୍ୟ ତୁଲାଉ ଥିବା ହେତୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଓ ରାଜ୍ୟ କର୍ମକର୍ତ୍ତା ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ରଣପୁର ଓୟୁଜେ ତରଫରୁ ଶ୍ରୀ ଯୁକ୍ତ ମହାନ୍ତିଙ୍କୁ କୃତଜ୍ଞତା ଜଣାଇବା ସହ ନବ ନିଯୁକ୍ତ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନଙ୍କୁ ରଣପୁର ଓୟୁଜେ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏଥି ନେଇ ସାମ୍ବାଦିକମାନଙ୍କୁ ନେଇ ଏକ ବନ୍ଧୁ ମିଳନର କାର୍ଯ୍ୟ ଅନୁଷ୍ଠିତ ହେବା ସହ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା |
Leave A Reply