Odisha news

ଆଜି ହେଉଛି ପୌଷ ଅମାବାସ୍ୟା ଓ ଗୁରୁବାର, ମାତା ଲକ୍ଷ୍ମୀ ଓ ପିତୃ ପୁରୁଷଙ୍କ କୃପା ଲାଭ କରିବା ପାଇଁ କରନ୍ତୁ ଏହି ସବୁ ଉପାୟ

0

ପ୍ରତ୍ୟେକ ମାସର ଅମାବାସ୍ୟା ର ବିଶେଷ ମହତ୍ୱ ରହିଛି l କିନ୍ତୁ ବିଶେଷ ଭାବରେ ପୌଷ ମାସ ଅମାବାସ୍ୟା ର ମହତ୍ୱ ରହିଛି l ଏହି ଅମାବାସ୍ୟା ରେ ପିତୃ ପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ଉପଯୁକ୍ତ ଦିନ ଅଟେ l ଆଜିର ଦିନ ଗୁରୁବାର ହେଉଥିବା ସହିତ ପୌଷ ମାସର ଅମାବାସ୍ୟା ଅଟେ l

– ଶାସ୍ତ୍ର ଅନୁସାରେ ଆଜିର ଦିନରେ ଲକ୍ଷ୍ମୀଙ୍କ କୃପା ଓ ପିତୃ ପୁରୁଷ ଙ୍କ କୃପା ଲାଭ କରିବା ପାଇଁ ଘରେ ହୋମ କରାଇବା ଶୁଭ ହୋଇଥାଏ, ଏହାଛଡା ଆଜି ଯଦି ଆପଣ କୌଣସି ଗରିବ ବ୍ୟକ୍ତିଙ୍କୁ ଅନ୍ନ ଭୋଜନ କରାଇବେ ତେବେ ଏହା ଆପଣଙ୍କୁ ଦୁଃଖ ଓ ଦରିଦ୍ରତା ରୁ ଦୁରେଇ ରଖିବ l

– ଅମାବାସ୍ୟା ଦିନ ମତ ଲକ୍ଷ୍ମୀ ଙ୍କ ନିକଟରେ କ୍ଷୀରି ଭୋଗ କରି ତାହାକୁ ଓସ୍ତ ବୃକ୍ଷରେ ନିକଟରେ ସମର୍ପଣ କରନ୍ତୁ, ଏପରି କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହେବ ଓ ମାତା ଲକ୍ଷ୍ମୀଙ୍କ କୃପା ଲାଭ ହେବ l

– ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଉପରେ ପିତୃ ଦୋଷ ରହିଥାଏ ତାର ଜୀବନ କଷ୍ଟ ରେ ଭରି ଯାଇଥାଏ l ସେ ବିଭିନ୍ନ ପ୍ରକାର ଅସୁବିଧାର ସମୁଖୀନ ହୋଇଥାଏ l ତେଣୁ ଆଜିର ଦିନରେ ପିତୃ ପକ୍ଷ ଙ୍କୁ ଶ୍ରାଦ୍ଧ ଦେବା ଖୁବ ଶୁଭ ହୋଇଥାଏ l

– ଅମାବାସ୍ୟା ଦିନ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଘରର ଉତ୍ତର ଦିଗରେ ଗୋଟିଏ କଳସ ବସାଇ ସେଠାରେ ଘିଅ ଦୀପ ଟିଏ ଜଳାନ୍ତୁ l ଏବଂ ମାତା ଲକ୍ଷ୍ମୀଙ୍କ ନିକଟରେ ଦୁବ ଓ ବରକୋଳି ପତ୍ର ଅର୍ପଣ କରନ୍ତୁ l

– ଅମାବାସ୍ୟା ଦିନ ପିତୃ ପୁରୁଷ ଓ ମତ ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଘରେ କିଛି ଭୋଜନ ପ୍ରସ୍ତୁତ କରନ୍ତୁ l ଏବଂ ଉକ୍ତ ଭୋଜନ କୁ ପ୍ରସାଦ ଭାବରେ ଅର୍ପଣ କରିବା ପରେ ଗାଈ ଓ କୁକୁର ଙ୍କୁ ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ମାତା ଲକ୍ଷ୍ମୀ ଓ ପିତୃ ପୁରୁଷ ଙ୍କ କୃପା ଲାଭ ହୋଇଥାଏ l

Leave A Reply