Odisha news

ଗବେଷଣା ରୁ ନୂଆ ଖୁଲାସା : ପ୍ରତିଦିନ ଏତିକି ମାତ୍ରାର ଜଳ ସେବନ କରିବା ଦ୍ୱାରା ଆପଣଙ୍କ ଓଜନ ହୋଇଥାଏ ହ୍ରାସ

0

ଆଜିର ବର୍ଦ୍ଧିତ ଓଜନ ଅନେକ ପ୍ରକାର ରୋଗର କାରଣ ଅଟେ l ଲୋକେ ନିଜ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି l କିନ୍ତୁ ଏହା ସତ୍ୱେ ମଧ୍ୟ ଓଜନ ହ୍ରାସ ହୋଇନଥାଏ l କିନ୍ତୁ ନିକଟରେ କିଛି ଲୋକଙ୍କୁ ନେଇ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ପାଣି କେବଳ ଶୋଷ ମେଣ୍ଟାଈ ନଥାଏ ଓଜନ ମଧ୍ୟ ହ୍ରାସ କରିଥାଏ l ପାଣି ଦ୍ୱାରା ଶରୀରର ଟେମ୍ପରେଚର ଠିକ ରହିବ ଠାରୁ ନେଇ ଶରୀରର ମେଟାବୋଲିଯିମ ବୁଷ୍ଟ ହୋଇଥାଏ l ଆସନ୍ତୁ ଜାଣିବା ପାଣି କିଭଳି ଭାବରେ ଓଜନ ହ୍ରାସ କରିଥାଏ l

* ନିକଟରେ ମେଦ ବହୁଳତାର ଶିକାର ହୋଇଥିବା କିଛି ଲୋକଙ୍କୁ ନେଇ ଗୋଟିଏ ଅଧ୍ୟୟନ ହୋଇଥିଲା l ଯେଉଁଥିରେ ଦର୍ଶା ଯାଇଥିଲା ଯେ ଅଧିକ ପାଣି ପିଇବା ଦ୍ୱାରା ଭୋକ ଲାଗି ନଥାଏ l ସବୁବେଳେ ପେଟ ଭର୍ତି ହୋଇ ରହିଥାଏ l ଖାଇବାର ଅଧଘଣ୍ଟା ପୂର୍ବରୁ ପାଣି ପିଇବା ଜରୁରୀ, ଯାହାଦ୍ୱାରା ଓଭର ଇଟିଙ୍ଗ ରୁ ରକ୍ଷା ପାଇପାରିବେ l

* ପାଣି ଅଧିକ ପିଇବା ଦ୍ୱାରା ଶରୀର ରୁ ବ୍ୟାଡ଼ ଟକ୍ସିନ ବାହାରି ଯାଇଥାଏ l ପାଣି ଯୋଗୁଁ ଶରୀର ପ୍ରାକୃତିକ ଭାବରେ ଟକ୍ସିଫଏ ହୋଇଯାଇ ଥାଏ l ଏବଂ ପରିସ୍ରା ଦ୍ୱାରା ଟକ୍ସିନ ବାହାରି ଯାଇଥାଏ l ଯାହାଦ୍ୱାରା ଶରୀର ଠିକ ଭାବରେ କାର୍ଯ୍ୟ କରିଥାଏ l ଯାହାଦ୍ୱାରା ଓଜନ ହ୍ରାସ ହୋଇ ଶରୀର ର କାର୍ଯ୍ୟ ଦକ୍ଷତା ବଢି ଯାଇଥାଏ l

* ଅନେକ ସମୟରେ ଶୋଷ ଲାଗିବା ଦ୍ୱାରା ଆମେ କ୍ୟାଲୋରୀ ଡ୍ରିଙ୍କ ବା ସଫ୍ଟ ଡ୍ରିଙ୍କ ସେବନ କରିଥାଉ l ଯେଉଁଥିରେ ଅଧିକ କ୍ୟାଲୋରୀ ଓ ସୁଗାର ରହିଥାଏ l ଏହାଦ୍ୱାରା ଓଜନ କମ ହୋଇନଥାଏ l କିନ୍ତୁ ପାଣି କ୍ୟାଲୋରୀ ଫରୀ ଡ୍ରିଙ୍କ ଅଟେ l ଯାହାଦ୍ୱାରା ଆମକୁ ସନ୍ତୁଷ୍ଟି ମିଳିଥାଏ ଓ ଓଜନ ମଧ୍ୟ ହ୍ରାସ ହୋଇଥାଏ l

* ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ମେଟାବୋଲିଯିମ ବୁଷ୍ଟ ହୋଇଥାଏ l ଯେତେବେଳେ ଶରୀର ଠିକ ଭାବରେ ହାଇଡ୍ରେତ ରହିଥାଏ ସେ ପୋଷାକ ତତ୍ୱ କୁ ଠିକ ଭାବରେ ଅବଜର୍ଭ କରିଥାଏ l ଏହାଦ୍ୱାରା ଏକ୍ସଟ୍ରା କ୍ୟାଲୋରୀ ବର୍ନ ହୋଇଥାଏ l କିଛି ଅଧ୍ୟୟନ ଅନୁସାରେ ଜଣା ପଡିଛି ଯେ ପାଣି ମେଟାବୋଲିକ ରେଟ ରେ ବୃଦ୍ଧି କରିଥାଏ l

Govt
Leave A Reply