Odisha news

ରାଧାମୋହନ ମନ୍ଦିର ଛାତରୁ ଅତଡା ଖସି ଫାଟ ସୃଷ୍ଟି

0

ବାରିପଦା  : ବାରିପଦା ବଡବଜାର ସ୍ଥିତ ସର୍ବପୁରାତନ ଶ୍ରୀ ଶ୍ରୀ ରାଧାମୋହନ ମନ୍ଦିର(ମାଉସୀ ମା’ମନ୍ଦିର)ର କଙ୍କି୍ରଟ୍ ଛାତରୁ ମଙ୍ଗଳବାର ଅତଡା ଖସିବା ସହ ଛାତରେ ଫାଟ ସୃଷ୍ଟି ହୋଇଛି । ଅତଡା ଖସିବା ସମୟରେ ସୌଭାଗ୍ୟ ବସତଃ କୌଣସି ଭକ୍ତ ସେଠାରେ ନଥିବାରୁ ଏକ ବଡ ଅଘଟଣ ଘଟିବାରୁ ବର୍ତ୍ତି ଯାଇଥିଲେ । ଏହି ଘଟଣା ସମ୍ବନ୍ଧରେ ଭକ୍ତମାନଙ୍କ ପକ୍ଷରୁ ମନ୍ଦିର ମରାମତି ପାଇଁ ବାରମ୍ବାର ନିବେଦନ କରାଯାଇଥିଲେ ମଧ୍ୟ ଦେବତ୍ତୋର ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ ହୋଇଥିବାବେଳେ କେବଳ ରଥଯାତ୍ରା ସମୟରେ ରଙ୍ଗ ମାରି ନିଜର କାର୍ଯ୍ୟ ସାରିଦେଉଥିବା ନେଇ ଭକ୍ତ ମହଲରେ ଚର୍ଚ୍ଚା ହେଉଛି । ଏହି ଘଟଣା ସମ୍ବନ୍ଧରେ ବାରିପଦା ଉପଜିଲ୍ଲାପାଳ ତଥା ଦେବତ୍ତୋର ଅଧିକାରୀ ଇଶ୍ୱର ଚନ୍ଦ୍ର ନାଏକଙ୍କୁ ଯୋଗାଯୋଗ କରିବାରୁ ସେ ଏ ସମ୍ବନ୍ଧରେ ତଦନ୍ତ କରିଥିଲେ ଏବଂ ଉକ୍ତ ମନ୍ଦିରର ତୁରନ୍ତ ମରାମତି କରିବେ ବୋଲି ସଫେଇ ଦେଇଥିଲେ ।

Nalco
Leave A Reply