ଚଳିତ ଥର ମକର ସଂକ୍ରାନ୍ତି ଜାନୁଆରୀ ୧୫ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି l ଏହିଦିନ ସୂର୍ଯ୍ୟଦେବ ମକର ରାଶିରେ ଗୋଚର କରିବେ l ଏହି ରାଶିରେ ସୂର୍ଯ୍ୟ ଦେବ ଗୋଚର କରିବା ଦ୍ୱାରା ମଳମାସ ର ସମାପ୍ତି ହୋଇଯାଇ ଥାଏ l
ମକର ସଂକ୍ରାନ୍ତି ଦିନ ମା ଗଙ୍ଗା ସଗର ପୁତ୍ର ର ଉଦ୍ଧାର କରିଥିଲେ ଓ ଗଙ୍ଗା ସାଗର ରେ ମିଳିତ ହୋଇଥିଲେ l ଚଳିତ ଥର ମକର ସଂକ୍ରାନ୍ତି ରେ ଘଟୁଛି କିଛି ଦୁର୍ଲଭ ଯୋଗ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ଦାନ ପୁଣ୍ୟ ର ଖୁବ ମହତ୍ୱ ରହିଛି l
ଘଟୁଛି ଏହି ଶୁଭ ଯୋଗ –
ମକର ସଂକ୍ରାନ୍ତି ରେ ଚଳିତ ଥର ରବି ଯୋଗ, ମଙ୍ଗଳ ଓ ବୁଧ ଧନୁ ରାଶିରେ ବିରାଜମାନ କରିବେ l ଏହl ଗୋଟିଏ ଖୁବ ଶୁଭ ଯୋଗ ଅଟେ l ଏଭଳି ଯୋଗରେ ରାଜନୀତି ରେ , ଯାନ୍ତ୍ରିକ ବିଦ୍ୟାରେ ଖୁବ ଶୁଭ ଫଳ ପ୍ରାପ୍ତ ହୋଇଥାଏ l
ନିହାତି କରନ୍ତୁ ଏହି ୩ଟି ଜିନିଷ ର ଦାନ –
ମକର ସଂକ୍ରାନ୍ତି ରେ ସୂର୍ଯ୍ୟ ଦେବ ଓ ଶନି ଦେବ ଅର୍ଥାତ ପିତା ପୁତ୍ର ଙ୍କର ମିଳନ ହେବ l ଏହିଦିନ ସୂର୍ଯ୍ୟ ଦେବ ଙ୍କ ସମ୍ବନ୍ଧିତ ବସ୍ତୁ ଯେପରିକି ତମ୍ବା, ଗୁଡ଼, ରାଶି, ନାଲି ରଙ୍ଗର ଫୁଲ, ନାଲି ରଙ୍ଗର ବସ୍ତ୍ର ଦାନ କରନ୍ତୁ l ସେହିଭଳି ଶନି ଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ରାଶି ଦାନ କରନ୍ତୁ l ଏହି ଉପାୟ ଆର୍ଥିକ ସଙ୍କଟ ଦୂର କରିବ ଓ ଶନି ଦୋଷ ଦୂର କରିବ l
ଅର୍ଘ୍ୟ ଦେଇ କରନ୍ତୁ ଏହି ମନ୍ତ୍ର ପାଠ –
ମକର ସଂକ୍ରାନ୍ତି ରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ବିଶେଷ ଫଳ ଦାୟୀ ଅଟେ l ମାନ୍ୟତା ରହିଛି ଯେ ଆଜିର ଦିନରେ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ସମୟରେ ନାଲି ପୁଷ୍ପ, ହଳଦୀ ଓ ଚାଉଳ, ସିନ୍ଦୁର ସହିତ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ l ଏବଂ ଅର୍ଘ୍ୟ ଦେବା ସମୟରେ ‘ଓଂ ହ୍ରୀଙ୍ଗ ହ୍ରୀଙ୍ଗ ସୂର୍ଯ୍ୟାୟ ନମଃ ‘ ମନ୍ତ୍ର ପାଠ କରନ୍ତୁ l ଏବଂ ଉକ୍ତ ସ୍ଥାନରେ ୩ଥର ପରିକ୍ରମା କରନ୍ତୁ ଏହାଦ୍ୱାରା କ୍ୟାରିଅର ରେ ଉନ୍ନତି ହେବ l
ରାଶି-ଗୁଡ଼ ରେ କରନ୍ତୁ ଏହି ଉପାୟ –
ମକର ସଂକ୍ରାନ୍ତି ରେ ରାଶି ଓ ଗୁଡ଼ ର ପ୍ରସାଦ ଅର୍ପଣ କରନ୍ତୁ , ଏବଂ ଏହି ପ୍ରସାଦ କୁ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ l ଏବଂ ଏହିଦିନ ପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ଖୁବ ଭଲ, ଏହା ଆପଣଙ୍କ ସୌଭାଗ୍ୟ ର ବାଟ ଖୋଲିଦେବ l