Odisha news

ମୀରା ମାଂଝୀ କିଏ ? ଯାହାଙ୍କ ଘରେ ପ୍ରଧାନମନ୍ତ୍ରୀ ମୋଦୀ ଚା ପିଇବା ପାଇଁ ଅଚାନକ ପହଞ୍ଚିଥିଲେ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ରାମମନ୍ଦିର ପ୍ରାଣ ପ୍ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଶନିବାର ଦିନ ଅନେକ ଗୁଡିଏ ବିକାଶ ମୂଳକ ପରିଯୋଜନା ର ମଧ୍ୟ ଉଦ୍ଘାଟନ କରିଛନ୍ତି l ବିକାଶ ପରିଯୋଜନା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମୀରା ମାଂଝୀ ଙ୍କ ଘରକୁ ଯାଇଥିଲେ l ମୀରା ନିଜ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ସହିତ ଅଯୋଧ୍ୟାରେ ରୁହନ୍ତି l ଉଦଘାଟନ ସମାରୋହ ରେ ମୋଦୀ ଛୋଟ ପିଲାଙ୍କୁ ମଧ୍ୟ ଶାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି l କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରଧାନମନ୍ତ୍ରୀ ମୋଦି ଙ୍କର ମୀରା ମାଂଝୀ ଙ୍କ ଘରକୁ ଗସ୍ତର କିଛିଟା ଭିଡିଓ ସୋସିଆଲ ମିଡିଆ X ରେ ସେୟାର କରିଛନ୍ତି l ମୀରା ମାଂଝୀ ହେଉଛନ୍ତି ଉଜ୍ଜଳl ଯୋଜନାର ୧୦ କୋଟି ଲାଭାର୍ଥି ଅଟନ୍ତି l ସମାଚାର ଏଜେନ୍ସି ANI ର ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ମୀରା ମାଂଝୀ ଙ୍କ ଘରେ ପହଂଚିବା ପରେ ସମସ୍ତେ ଖୁବ ଖୁସି ଥିଲେ l ଏହାପରେ ପ୍ରଧାନମନ୍ତ୍ରୀ ମୀରା ଙ୍କୁ ଯୋଜନା ର ଲାଭ ବିଷୟରେ ପଚାରିଥିଲେ l ମୀରା କହିଥିଲେ ତାଙ୍କ ପରିବାର ରେ ସ୍ୱାମୀ ଓ ପିଲା ମାନଙ୍କ ବ୍ୟତୀତ ଶାଶୁ-ଶ୍ୱଶୁର ମଧ୍ୟ ରହୁଛନ୍ତି l ଗ୍ୟାସ ଚୁଲା ମିଳିବା ଦ୍ୱାରା ଖୁବ ସୁରୁଖୁରୁ ରେ ରୋଷେଇ କାର୍ଯ୍ୟ ହୋଇ ଯାଉଛି l ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଯିବାର ଗୋଟିଏ ଘଣ୍ଟା ପୂର୍ବରୁ ମୀରା ଙ୍କୁ ସୂଚନା ଦିଆଯାଇ ଥିଲା l ମୀରା ଖାଦ୍ୟ ପ୍ରସ୍ତୁତ କରିବା ପରେ ଚା ପ୍ରସ୍ତୁତ କରିଥିଲେ ଓ ପ୍ରଧାନମନ୍ତ୍ରୀ ଙ୍କ ସହିତ ପରିବାର ସଦସ୍ୟ ଙ୍କୁ ପରସିଥିଲେ l

Leave A Reply