Odisha news

ଶୀତ ଋତୁରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କୁ ଅଧିକ ବଢ଼ାଇ ଦେଇଥାଏ ଏହିସବୁ ଖାଦ୍ୟ , ଭାବିଚିନ୍ତି ଖାଇବା ଜରୁରୀ

0

ଗଣ୍ଠି ଯନ୍ତ୍ରଣା ଗୋଟିଏ ଏଭଳି ରୋଗ ଯାହା ଦ୍ୱାରା ଶରୀର ର ଇମ୍ୟୁନ ସିଷ୍ଟମ ପ୍ରଭାବିତ ହୋଇଥାଏ l ଏହାଦ୍ୱାରା ଶରୀର ର ଟିସୁଜ ଓ ହାଡ଼ ସମୟ ସହିତ ଦ୍ରୁତ ବେଗରେ ଖରାପ ହେବାକୁ ଲାଗିଥାଏ l କେବଳ ଏତିକି ନୁହେଁ, ଏହା ଗୋଟିଏ ଏଭଳି ରୋଗ ଯାହା ଦ୍ୱାରା ହାଡ଼ ଦ୍ରୁତ ବେଗ ରେ ଯନ୍ତ୍ରଣା ହେବାକୁ ଲାଗିଥାଏ ଓ ଏହାର ଚତୁର୍ପାଶ୍ୱ ଗମ୍ଭୀର ଯନ୍ତ୍ରଣା ହେବାକୁ ଲାଗିଥାଏ ଏବଂ ଏହାର ଚାରି ପାଖ ଫୁଲି ଯାଇଥାଏ l

ଏପରି ସ୍ଥିତିରେ ଶୀତ ଋତୁରେ କିଛିଟା ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିବା ଉଚିତ :-
* ସାଧାରଣ ଭାବରେ ଶୀତ ଋତୁରେ ସମସ୍ତେ କମଳା ଖାଇବାକୁ ପରାମର୍ଶ ଦେଇ ଥାଆନ୍ତି , କିନ୍ତୁ ଯେଉଁ ମାନେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ରେ ପ୍ରଭାବିତ ହୋଇ ଥାଆନ୍ତି ସେମାନେ ଆଦୌ କମଳା ଖାଇବା ଉଚିତ ନୁହେଁ l କାହିଁକି ନା କମଳା ରେ ଥିବା ଭିଟାମିନ ସି ହାଡ଼ ପାଇଁ କ୍ଷତି କାରକ ହୋଇଥାଏ l ଯେଉଁ କାରଣରୁ ହାଡ଼ ମଧ୍ୟ ଦୁର୍ବଳ ହୋଇଯାଇ ଥାଏ l

* ଗଣ୍ଠି ଯନ୍ତ୍ରଣା ରେ ବାଇଗଣ ଆଦୌ ଖାଇବା ଉଚିତ ନୁହେଁ l କାହିଁକି ନା ଏହା ଗୋଟିଏ ନାଇଟ ସେଡ ଭେଜିଟେବୁଲ ଅଟେ l ନାଇଟ ସେଡ ଭେଜିଟେବୁଲ ରେ ହାଡ଼ ଖୁବ ପ୍ରଭାବିତ ହୋଇଥାଏ l ଗଣ୍ଠି ଯନ୍ତ୍ରଣା ରେ ପ୍ରଭାବିତ ଲୋକେ ବାଇଗଣ ସେବନ ଦ୍ୱାରା ହାଡ଼ ଦୁର୍ବଳ ହୋଇଯିବ l

* ଶୀତ ଋତୁରେ ଅଧିକାଂଶ ଲୋକେ କଫି ଅଧିକ ସେବନ କରି ଥାଆନ୍ତି l କଫି ରେ କାଫିନ ର ମାତ୍ରା ଖୁବ ଅଧିକ ରହିଥାଏ l ଯାହା ଗଣ୍ଠି ଯନ୍ତ୍ରଣା କୁ ଅଧିକ ବଢ଼ାଇ ଦେଇଥାଏ l ଏହା ହାଡ଼ ଯନ୍ତ୍ରଣା କୁ ଖୁବ ଅଧିକ ବଢ଼ାଇ ଦେଇଥାଏ l ତେଣୁ ଗଣ୍ଠି ଯନ୍ତ୍ରଣା ରେ ପୀଡିତ ବ୍ୟକ୍ତି କଫି ସେବନ ଠାରୁ ଦୂରେଇ ରହିବା ଜରୁରୀ l

Leave A Reply