Odisha news

ବୃଦ୍ଧଙ୍କ ଗଳା କାଟି ହତ୍ୟା ସନ୍ଧାନୀ କୁକୁର , ସାଇଣ୍ଟିଫିକ ସହାୟତାରେ ଛାନଭିନ ଜାରି

0

ଵ୍ରହ୍ମପୁର, ୧୧/୧୨- ଜିଲାରେ ଏବେ ଆଇନଶୃଙ୍ଖଳ ବ୍ୟବସ୍ତା ଏବେ ଧୀରେ ଧୀରେ ବିପର୍ଯ୍ୟସ୍ତ ହୋଇପଡିଛି। ବିଭିନ୍ନ କାରଣକୁ କେନ୍ଦ୍ର କରି ଜିଲାରେ ଏବେ ମୁଣ୍ଡ ପରେ ମୁଣ୍ଡ ଗଡୁଛି। ଏହି ଧାରାରେ ଏବେ  ବ୍ରହ୍ମପୁର ସହରରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି।  ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗରରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ପୋଲିସ ଜବତ କରିଛି। ତାଙ୍କୁ ବେକକୁ ଧାରୁଆ ଅସ୍ତରେ କାଟି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ବିଜିପୁର ଅମ୍ବିକାନଗରର ରଙ୍କ ସେଠୀ (୬୭)।ଘଟଣା ସ୍ଥଳରେ  ତାଙ୍କର ଦୁଇ ପୁଅ  ପହଞ୍ଚି ବାପାଙ୍କ ମୃତଦେହ ଚିହ୍ନଟ କରିଛନ୍ତି।  ଵ୍ରହ୍ମପୁର ଏସପି ଡ. ସର୍ଵଣା ବିବେକ ଏମ. ସେଠାରେ ପହଞ୍ଚିଥିଲେ। ସନ୍ଧାନୀ କୁକୁର ଓ  ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ତଦନ୍ତ କରିଛି।  ପୋଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟାଣର ଛାନଭିନ କରୁଛି। ଘଟଣା ପରେ ଏସପିଙ୍କ ନିର୍ଦେଶ ଅନୁଯାଇ  ଅପରାଧୀଙ୍କୁ ଧରିବା ପାଇଁ ଦୁଇଟି ଟିମ ଗଠନ କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ବିଜିପୁର ମର ରଙ୍କ ସେଠୀ ପ୍ରତିଦିନ ଭଳି ଆଜି ମଧ୍ୟ ପ୍ରାତଃ ଭ୍ରମଣରେ ବାହାରିଥିଲେ। ସେ ଘର ଠାରୁ ପ୍ରାୟ ଏକ କିଲୋମିଟର ଗାନ୍ଧିନଗର ଦିତ୍ୱୀୟ ଲାଇନ ଦେଇ ଯାଉଥିଲେ। ରାସ୍ତାରେ ତାଙ୍କୁ ଅଟକାଇ ମାରଣାସ୍ତରେ ତାଙ୍କ ଗଳା କାଟି ହତ୍ୟା କରାଯାଇଛି। କିଏ ଓ କାହିଁ କି ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛନ୍ତି  ସେ ନେଇ ଏବେ ପୋଲିସ ତଦନ୍ତ କରୁଛି।

Nalco
Leave A Reply