Odisha news

ଶ୍ରମିକ ନେତା ସୁଧାକର ମନ୍ତ୍ରୀ ସହ ପାଞ୍ଚ ଗିରଫ

0
ପାରାଦୀପ :  ପିଆଇସିଟି କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି | କେତବେଳେ 220 କୋଟି ଟଙ୍କା ର କୋକେନ ତ କେତବେଳେ ଶ୍ରମିକ ଦୁର୍ଘଟଣାରେ ଶିକାର  ତ ଆଉ କେତବେଳେ ଶ୍ରମିକ ମାନେ କମ୍ପାନୀ ଫାଟକ ଆଗରେ ବିଭିନ୍ନ ଦାବି ନେଇ ଧାରଣା ଦେବା | ଗତ କିଛି ମାସ ହେବ ଚର୍ଚ୍ଚାରେ ପିଆଇସିଟି | ଆଉ ଏବେ କମ୍ପାନୀ ର ମାନବ ସମ୍ବଳ ଅଧିକାରୀ ଙ୍କର ଲିଖିତ ଅଭିଯୋଗ ରେ ବିଶିଷ୍ଟ ଶ୍ରମିକ ନେତା ସୁଧାକର ମନ୍ତ୍ରୀ ଙ୍କ ସମେତ ପାଞ୍ଚ ଜଣ ଗିରଫ ହୋଇ କୋର୍ଟ ଚାଲାଣ | ଗତ 25 ତାରିଖ ରେ କମ୍ପାନୀ ର ମୁଖ୍ୟ ଫାଟକ ଆଗରେ ପାରାଦୀପ ପୋର୍ଟ ଶ୍ରମିକ କର୍ମଚାରୀ ଇଉନିୟନ ପକ୍ଷ୍ୟରୁ ଶ୍ରମିକ ମାନଙ୍କ ସମସ୍ୟା ନେଇ ଧାରଣା ଦିଆଯାଇଥିଲା | ମହାମହିମ ରାଷ୍ଟ୍ରପତି 27 ତାରିଖ ପାରାଦୀପ ଆସୁଥିବା ନେଇ ପ୍ରଶାସନ ଆନ୍ଦୋଳନକାରୀ ମାନଙ୍କୁ ଉଠିଯିବା ପାଇଁ ଅନେକ ବୁଝାସୁଝା କରିଥିଲେ ସୁଦ୍ଧା ଆନ୍ଦୋଳନକାରୀ ମାନେ 25 ତାରିଖ ରେ ନଉଠି 26 ତାରିଖ ରେ ଉଠିଥିଲେ | କିନ୍ତୁ 27 ତାରିଖ ରେ କମ୍ପାନୀ ର ମାନବ ସମ୍ବଳ ଅଧିକାରୀ ମୁଖ୍ୟ ତାପସ ଆଚାର୍ଯ୍ୟ ଙ୍କ ପାରାଦୀପ ଆଦର୍ଶ ଥାନା ରେ ଲିଖିତ ଅଭିଯୋଗ କଲେ | ଶ୍ରମିକ ସଂଘ ର ମୁଖ୍ୟ ଉପଦେଷ୍ଟା ସୁଧାକର ମନ୍ତ୍ରୀ , ସାଧାରଣ ସମ୍ପାଦକ ରତ୍ନାକର ସ୍ୱାଇଁ , ସଭାପତି ଦେବୀ ପ୍ରସାଦ ସାମନ୍ତରାୟ , ଉପସଭାପତି ସଂଜୟ କୁମାର ସ୍ୱାଇଁ , କାର୍ଯ୍ୟକାରି ସଭାପତି ପରାଗ ମିଶ୍ର , ପ୍ରକାଶ ତରାଇ ଙ୍କ ବିରୁଦ୍ଧରେ ପୋଲିସ 443 /2023 ରେ ଏକ ମାମଲା ରୁଜୁ କରି ଚୁପଚାପ ବସିଥିଲା ବେଳେ ଗତକାଲି ରାତି ଅଧରେ ହଠାତ ଏହି ଶ୍ରମିକ ନେତା ମାନଙ୍କ ଘର ଉପରେ ଚଢାଉ କରି ଏମାନଙ୍କୁ ଗିରଫ କରି ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରିଛି | ଏତେ ସଂଖ୍ୟାରେ ଶ୍ରମିକ ନେତା ମାନଙ୍କୁ ଗିରଫ କରିବା ପରେ କାଳେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପିଆଇସିଟି କମ୍ପାନୀ ଫାଟକ ଆଗ , ଶ୍ରମିକ ସଂଗଠନ କାର୍ଯ୍ୟାଳୟର କିଛି ଦୂରରେ, ପାରାଦୀପ ଥାନା ଛକ ଓ ବିଭିନ୍ନ ରାସ୍ତାଘାଟ ରେ ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା | ଶ୍ରମିକ ନେତା ଙ୍କ ରାତି ଅଧିଆ ଗିରଫଦାରୀ କି ଅନେକ ଶ୍ରମିକ ସହି ପାରୁନଥିବା ବେଳେ ଚାରିଆଡ଼େ ପୋଲିସ ମୁତୟନ ଦେଖି ଭୟରେ ଚୁପଚାପ ବୁଲୁଥିବା ଦେଖିବାକୁ ମିଳିଥିଲା | ସେହିପରି ଅଦାଲତ କେବଳ ଶ୍ରମିକ ନେତା ସୁଧାକର ମନ୍ତ୍ରୀ ଙ୍କ ଜାମିନ ମଞ୍ଜୁର କରିଥିବା ବେଳେ ଅନ୍ୟ ଶ୍ରମିକ ନେତା ମାନଙ୍କୁ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି |
Nalco
Leave A Reply