ପାରାଦୀପ : 17 ମାଛ କୁ 25 ଲକ୍ଷ ଟଙ୍କା ରେ ନିଲାମ | ଏହି ମାଛ ତେଲିଆ ପ୍ରଜାତି ର ହୋଇଥିବା ବେଳେ ମୋଟ 17 ଟି ମାଛ ର ଓଜନ 3 କ୍ୱିଣ୍ଟାଲ ବୋଲି ଜଣାପଡ଼ଛି | ପ୍ରତି କେଜି ର ମୂଲ୍ୟ 8 ହଜାର 50 ଟଙ୍କା ରେ ନିଲାମ ହୋଇଥିବା ବେଳେ ପାର୍ବତୀ ନାମ ଟ୍ରଲର ରୁ ଏହା ଧରାଯାଇଥିବା କୁହାଯାଉଛି | ପାରାଦୀପ ନେହେରୁ ବଙ୍ଗଳା ମାଛ ଧରା ଜେଟୀ ରେ ଏହି ନିଲାମ ପ୍ରକ୍ରିୟା ଆଜି ସକାଳୁ ହୋଇଥିବା ବେଳେ ଏତେ ମାତ୍ରାରେ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଗତକାଲି ରାତିରେ ଏହି 17 ଟି ମାଛ କୁ ଅଣାଯାଇ ଆଜି ଜେଟୀ ରେ ସକାଳୁ ସକାଳୁ ଏଇ ନିଲାମ ପ୍ରକ୍ରିୟା କରାଯାଇଥିଲା | ଏହାକୁ ଦିଘା ର ଏକ ବ୍ୟବସାୟୀ ନିଲାମ କରି ନେଇଥିବା ବେଳେ ଏହା କଲିକତା ଯାଉଥିବା ଜଣାପଡିଛି