Odisha news

ସର୍ବ ବୃହତ ଇସ୍ପାତ  କାରଖାନା ପ୍ରତିଷ୍ଠା ନେଇ ଲୁଣିମାଠିଆ ରେ  ଅନୁଷ୍ଠିତ ହେଲା ଜନ ଶୁଣାଳୀ

0
ମହାକାଳପଡ଼ା  :  ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲା ରେ ପ୍ରତିଷ୍ଠା ହେବ  ଆରସେଲ ମିତଲ ର 24 ମିଲିୟନ ଟନ ର  ଷ୍ଟିଲ ପ୍ଲାଣ୍ଟ l ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପୂର୍ବରୁ  ପ୍ରଶାସନ ତରଫରୁ   ସାମାଜିକ ଆକଳନ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି l ମହାକାଳପଡ଼ା ତହସିଲ ଅଧୀନ ରାମନଗର ଓ ବନବିହାରୀ ପୁର ଅଂଚଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ଚାଷୀ ମାନଙ୍କୁ  ନେଇ ସାମାଜିକ ଆକଳନ ସର୍ଭେ ସମ୍ବନ୍ଧୀୟ ଜନ ଶୁଣାଳୀ/ଗ୍ରାମସଭା  ସୋମବାର  ଲୁଣି ମାଠିଆ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମସଭା ରେ ଦୁଇଟି ରାଜସ୍ବ ଗ୍ରାମର ଚାଷୀ ମାନେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ )ନିଲୁ ମହାପାତ୍ର, ଉପଜିଲ୍ଲା ପାଳ ରବିନ୍ଦ୍ର ନାଥ ପ୍ରଧାନ, ଆରସେଲ ମିତଲ ର  ମୁଖ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ମହାପାତ୍ର, ଇଡ଼କୋ ର  ସମ୍ବିତ ଗଡ଼ନାୟକଙ୍କ,କେନ୍ଦ୍ରାପଡା ର  ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ ଶିବାଶିଷ ପରିଡା  ଓ ଭୁ ଅର୍ଜନ ଅଧିକାରିଣୀ ଅଞ୍ଜଳି ତରାଇ ଙ୍କ ସମେତ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ,  ଆଦି ଉପସ୍ଥିତ ଥିଲେ l ଏତଦ ବ୍ୟତୀତ ସ୍ଥାନୀୟ ସରପଞ୍ଚ, ରାଜସ୍ବ ନିରୀକ୍ଷକ, ତହସିଲ ଦାର ଓ ବିଡ଼ିଓ ଆଦି ଉପସ୍ଥିତ ରହି ଗ୍ରାମସଭା କୁ ଆସିଥିବା ଚାଷୀ ଙ୍କ ମତାମତ ଲୋଡ଼ିଥିଲେ l ସାମାଜିକ ଆକଳନ ସର୍ଭେ ରେ ସହଯୋଗୀ ଭାବେ” ସାରଦା “ସଂଗଠନ ର କର୍ମକର୍ତ୍ତା ମଧ୍ୟ ଫିଲଡ ର  ଅନୁଭୂତି ଜନିତ  ନିଜର ବକ୍ତବ୍ୟ  ରଖି  ଥିଲେ l ଅତିରିକ୍ତ ଜିଲ୍ଲାପାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଗ୍ରାମସଭାରେ ଚାଷୀଙ୍କ ତରଫରୁ ବିଶ୍ୱନାଥ ବୈଦ୍ୟ, ବାଦଲ ସମଜଦାର, ସଂଜୀବ ରାଉତ, ଦଳିତା ମହାପାତ୍ର, ଅର୍ଜୁନି ମଣ୍ଡଳ ଓ ମନୋରଞ୍ଜନ ଯେନା ଆଦି  ପ୍ରଶାସନିକ ଅଧିକାରୀଙ୍କ ଙ୍କ ନିକଟରେ ନିଜ ନିଜର ମତ ରଖିଥିଲେ l ଏପରିକି  ଜମି ହରାଇବାକୁ ଯାଉଥିବା ଚାଷୀ ତଥା ସ୍ଥାନୀୟ ଅଧିବାସୀଙ୍କ ସାମାଜିକ, ଆର୍ଥିକ ଓ ଭୌଗଳିକ ଅବସ୍ଥିତି କୁ ଅନୁଧ୍ୟାନ କରି  ଉଚିତ ମୂଲ୍ୟ, ପୁନଃଥଇଥାନ ଓ ବୃତ୍ତି ପ୍ରତି  ଗୁରୁତ୍ୱ ଦେଇ  ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ  ଷ୍ଟିଲ ପ୍ଲାଣ୍ଟ ଅବସ୍ଥାପନ ରେ ଅଗ୍ରଗତି କରିବା କୁ ମତ ରଖିଥିଲେ l ମଙ୍ଗଳ ବାର ଖରିନାସି ଓ ବୁଧବାର ବତୀଘର ଭାବେ ସମୁଦାୟ ୩ ଗୋଟି ପଂଚାୟତ ରେ ପର୍ଯ୍ୟାୟ କ୍ରମେ ଗ୍ରାମସଭା ଅନୁଷ୍ଠିତ ହେବ ବୋଲି ପ୍ରଶାସନ ତରଫରୁ   ଜଣାପଡିଛି    l ସୋମବାର ରାମନଗର ପଂଚାୟତରେ କୌଣସି ବିରୋଧ  ଦେଖା ଦେଇନଥିବା ବେଳେ ଆଗାମୀ ୨ ଦିନ ଅନ୍ୟ ୨ ପଂଚାୟତ ଗ୍ରାମସଭା ରେ  କଣ ଘଟିବ ଆଗାମୀ ଦିନରେ ଜଣାପଡିବ
Nalco
Leave A Reply