ବ୍ରହ୍ମପୁର, ୧୧/୧୨ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଗୋସାଇଁନୂଆଗାଁ ଥାନା ପୁଲିସ ଖଜୁରିଆ ଅଞ୍ଚଳର ବଳିଆ ଶାସମଲ(୨୧)ଙ୍କୁ ଗିରଫ କରିଛି। ଥାନା କେସ୍ ନମ୍ବର ୨୮୩/ ୨୦୨୩ରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ସେ ଅପହରଣ ଓ ବଳାତ୍କାର କରିଥିବା ନାବାଳିକାଙ୍କୁ ଉଦ୍ଧାର କରିବା ପରେ କୋର୍ଟରେ ସିଆର୍ପିସି ୧୬୪ ଅନୁସାରେ ବୟାନ ରେକର୍ଡ କରାଯାଇଛି।
ଗଣେଶପୂଜା ସମୟରେ ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ପରବବର୍ତ୍ତୀ ସମୟରେ ତାଙ୍କୁ ବଳାତ୍କାର କରିଥିବା ବି ନାବାଳିକାଙ୍କ ପରବାରଲୋକ ଅଭିଯୋଗ
କରିଥିଲେ । ପୁଲିସ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲା। ସେ କେରଳ ପଳାଇଥିବା ବେଳେ ବିଭିନ୍ନ ଜାଗା ବଦଳାଉଥିଲା । ଗତକାଲି ସେ ନାବାଳିକାଙ୍କୁ ସାଙ୍ଗରେ ନେଇ ବ୍ରହ୍ମପୁର ଆସୁଥିବା ସୁରାକ୍ ପାଇଥିଲା ପୁଲିସ। ବ୍ରହ୍ମପୁର ଷ୍ଟେସନ୍ରେ ଯୁବକଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା।
