Odisha news

ସ୍ତ୍ରୀ ର କଟାମୁଣ୍ଡ ଧରି ସ୍ୱାମୀର ଆତ୍ମ ସମର୍ପଣ ଘଟଣା : ତିନିଜଣ ଙ୍କ ନାମରେ ମୋକଦମ୍ମା , ଜେଲ ରେ ଅଭିଯୁକ୍ତ ଅର୍ଜୁନ

0
 ଦଶପଲ୍ଲା : : ସ୍ତ୍ରୀ ର କଟାମୁଣ୍ଡ ଧରି ଥାନା ରେ ସ୍ୱାମୀ ର ଆତ୍ମସମର୍ପଣ ଘଟଣାରେ ପୋଲିସ ଅଭିଯୁକ୍ତ ଅର୍ଜୁନ ବାଘ ସହ ତାଙ୍କର ଦୁଇ ଭାଇ ରୋହିତ ବାଘ ଓ ଦୁର୍ଯ୍ୟଧନ ବାଘ ଙ୍କ ନାମରେ ମୋକଦମ୍ମା ରୁଜୁ କରିଛି । ମୃତ ଜଲି ଓରଫ ଧରିତ୍ରୀ ଙ୍କ ବାପାଙ୍କ ଅଭିଯୋଗ କୁ ଭିତ୍ତିକରି ପୋଲିସ ଏହି ମୋକଦମ୍ମା ରୁଜୁ କରିଛି । ଏହି ଘଟଣାରେ ସୋମବାର ଦିନ ପୋଲିସ ଅର୍ଜୁନ କୁ ଦଶପଲ୍ଲା ଜେ ଏମ ଏଫ ସି କୋର୍ଟ ରେ ହାଜର କରିଥିବା ବେଳେ ତାର ଜାମିନ ଆବେଦନ ଖାରଜ ହୋଇ ଯାଇଛି । ବିଶେଷ ଭାବେ ଅର୍ଜୁନ ତାର ଓକିଲ ନିଯୁକ୍ତ କରିନଥିବା ବେଳେ ଲିଗାଲ ଏଡ଼ ପକ୍ଷରୁ ଫ୍ରଣ୍ଟ ଅଫିସ ରିଟେନର  ଶୈଳବାଳା ଦାସ ଜାମିନ ଦରଖାସ୍ତ କରିଥିବା ବେଳେ ତାହା ଖାରଜ ହୋଇ ଯାଇଛି । ସୂଚନା ଯୋଗ୍ୟଯେ, ଗତ ଶନିବାର ଦିନ ବାଣୀଗୋଛା ଥାନା ଅନ୍ତର୍ଗତ ବିଡ଼ାପାଯୁ ଗ୍ରାମର ଅର୍ଜୁନ ବାଘ ତାର ସ୍ତ୍ରୀ କୁ ହତ୍ୟାକରୀ ସ୍ତ୍ରୀ ର ମୁଣ୍ଡକୁ ଧରି ବାଣୀଗୋଛା ଥାନାରେ ଆତ୍ମ ସମର୍ପଣ କରିଥିଲା । ପ୍ରଥମେ ଅର୍ଜୁନ ତାର ସ୍ତ୍ରୀ ର ପରକିୟା ସମ୍ପର୍କ କୁ ନେଇ ହତ୍ୟା କରିଥିବା ପୋଲିସ ନିକଟରେ ପ୍ରକାଶ କରିଥିବା ବେଳେ ପରେ   ତାର ସ୍ତ୍ରୀ ଖାଦ୍ୟରେ ବିଷ ଦେଇଥିବାରୁ ହତ୍ୟା କଲା ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲା ଯେଉଁ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ  ରବିବାର ଦିନ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ଏସ ଡି ପି ଓ ସ୍ନେହାସିସ ସାହୁ, ବାଣୀଗୋଛା ଥାନା ଆଇ ଆଇ ସି ଲକ୍ଷ୍ମଣ ଦଣ୍ଡସେନା ପୋଲିସ ଡଗ ସ୍କ୍ବାର୍ଡ ଓ ସାଇଣ୍ଟିଫିକ ଟିମ ସହ ବିଡାପାଯୁ ରେ ପହଂଚି ଏହାର ତଦନ୍ତ କରିଥିଲେ । ଏହି ଘଟଣା ରେ ପୋଲିସ ଏହାର ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦାଖଲ କରିଛି । ଏହି ରିପୋର୍ଟ ରେ ଅର୍ଜୁନ ର ସ୍ତ୍ରୀ ର ପରକିୟା ସମ୍ପର୍କ ରେ କୌଣସି ଉଲେଖ କରାଯାଇ ନଥିବା ବେଳେ ଅର୍ଜୁନ ର ସ୍ତ୍ରୀ ତାକୁ ବିଷ ଦେଇଥିବା ସନ୍ଦେହ କରି ଅର୍ଜୁନ ହତ୍ୟା କରିଥିବା ଉଲେଖ କରାଯାଇଛି । ବିଶେଷ ଭାବେ କଙ୍କଣ ମେଣ୍ଢି ଠାରେ ଜଳନ୍ଧର ଯାନୀ ନାମରେ  ଥିବା ଏକ ଜାଗା କୁ ଅର୍ଜୁନ ଏବଂ ତାର ବାପା ହରିଶ୍ଚନ୍ଦ୍ର ବାଘ କିଣି ଥିଲେ । ଯେଉଁ ଜାଗା ଉପରେ ଅର୍ଜୁନ ଏକ ଘର କରି ଦୋକାନ ଦେଇ ଆସୁଥିଲେ । ଯେଉଁ  ଜାଗା ପରବର୍ତୀ ସମୟ ରେ ଅର୍ଜୁନ ଙ୍କ ନାମରେ ରେକର୍ଡ ହୋଇ ପାରି ନଥିଲା । ମାତ୍ର ସେହି ଜାଗା କୁ ଲାଗି ମହେନ୍ଦ୍ର ଯାନୀ ନାମକ ଜଣେ ବ୍ୟକ୍ତି ଜାଗା କିଣି ଥିବା ବେଳେ ତାହା ରେକର୍ଡ ହୋଇଯାଇଥିଲା । ଏବଂ ଅର୍ଜୁନ କିଣିଥିବା ଜାଗାକୁ ନେବାପାଇଁ ମହେନ୍ଦ୍ର ଉଦ୍ୟମ କରିଥିବା ବେଳେ ଉଭୟ ଙ୍କ ମଧ୍ୟ ରେ ବିବାଦ ଦେଖା ଦେଇଥିଲା । ଏହାପରେ ଅର୍ଜୁନ  ମାନସିକ ସ୍ତରରେ ଦୁର୍ବଳ ହୋଇ ପଡିବା ସହ ମାନସିକ ସନ୍ତୁଳନ ହରାଇ ବସିଥିଲା ଏବଂ ଅର୍ଜୁନ  ଦୋକାନ ଖୋଲି ନଥିଲା ।  ଏପରିକି ବିଭିନ୍ନ ସମୟ ରେ ଅର୍ଜୁନ ତାର ସ୍ତ୍ରୀ ସହ ପାଟିତୁଣ୍ଡ କରି ଆସୁଥିଲା । ଶନିବାର ଦିନ ସକାଳ ସମୟ ରେ ଅର୍ଜୁନ ଖାଇ ସାରିବା ପରେ ତାର ସ୍ତ୍ରୀ ତାକୁ ମୁଣ୍ଡ ପାଇଁ ଔଷଧ ଦେଇ ଧାନ କାଟିବାକୁ ଚାଲିଯାଇଥିବା ବେଳେ ଅର୍ଜୁନ ଘରେ ସୋଇଥିଲା । ଏହି ସମୟ ରେ ଅର୍ଜୁନ ର ମୁଣ୍ଡ ଝିମ ଝିମ ହେବାରୁ ତାକୁ ତାର ସ୍ତ୍ରୀ ବିଷ ଦେଇଥିବା ସନ୍ଦେହ କରି ତାର ଥିବା ଗୋଟିଏ ୪ବର୍ଷ ର ପୁଅ ଓ ଗୋଟିଏ ୩ ବର୍ଷ ର ଝିଅ ସହ ତାର ସ୍ତ୍ରୀ କୁ ହତ୍ୟା କରିବା ପାଇଁ ମନରେ ଭାବି ବିଲକୁ ଯାଇଥିବା ତାର ସ୍ତ୍ରୀ କୁ ଡାକିଥିଲା । ତାର ସ୍ତ୍ରୀ ଘରେ ପହଂଚି କାନ୍ଦୁଥିବା ଶିଶୁ କନ୍ୟାକୁ ଆଣି କ୍ଷୀର ଦେବାକୁ ଯାଉଥିବା ବେଳେ ଅର୍ଜୁନ ଏକ ଧାରୁଆ ଟାଙ୍ଗିଆ ରେ ତାର ସ୍ତ୍ରୀ କୁ ହାଣି ତାର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା । ପରେ ଅର୍ଜୁନ ତା ସ୍ତ୍ରୀ ର ମୁଣ୍ଡ ଧରି ବାଣୀଗୋଛା ଥାନାରେ ପହଂଚି ଥିଲା ବୋଲି ପୋଲିସ  ରିପୋର୍ଟ ରେ ଦର୍ଶାଯାଇଛି । ଏହି ଘଟଣା ରେ ଏବେ ଅର୍ଜୁନ ଜେଲ ରେ ଥିବା ବେଳେ ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି ।
Nalco
Leave A Reply