Odisha news

ପ୍ରେଟୋଲ ଢାଳି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

0

ଗଞ୍ଜାମ ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : କୋଟିନଡା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମରେ ଅଭାବନିୟ ଘଟଣା । ଘରେ କେହି ନଥିବା ବେଳେ ଜଣେ କଲେଜ ଛାତ୍ରି ନିଜ ଦେହରେ ପ୍ରେଟୋଲ୍ ଢାଳି ଆତ୍ମହତ୍ୟା । ଛାତ୍ରି ଜଣକ ହେଲେ ୧୬ ବର୍ଷିୟ ପୁଜା ଗୌଡ । ସେ ବାଲିପଦର କଲେଜ ରେ ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ରି । ପୂଜାଙ୍କ ବାପା ଦେବରାଜ ଗୌଡ ବାହାର ରାଜ୍ୟରେ ରହି ପରିବାର ପୋଷୁ ଥିବା ବେଳେ ପୂଜା ଘରେ ମାଙ୍କ ପାଖରେ ରହୁଥିଲେ । ହେଲେ ଆଜି ସମୟ ପ୍ରାୟ ୧୦ ଟା ବେଳେ ଘରେ ମା ନଥିବା ସମୟରେ ସେ ଦେହରେ ପ୍ରେଟୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପରେ ଘରୁ ଧୁଅଁ ବାହାରି ଥିଲା ଓ ସେ ଘର ବାହାରକୁ ଆସିବାକୁ ଚେଷ୍ଟା। କରୁଥିବା ବେଳେ ଗାଁ ର ସାହି ପଡୋଷି ତାଙ୍କୁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଆଉ ନିଆଁ ଲିଭାଇବା ବେଳକୁ ତାଙ୍କ ପ୍ରାଣ ବାୟୁ ଚାଲି ଯାଇଥିଲା । ଘଟଣା ସ୍ଥଳରେ କୋଟିନଡା ପୋଲିସ୍ ପହଂଚି ଘର ଲୋକଙ୍କ ସହ ଅଧିକ ଆଲୋଚନା କରିବା ସହ ତଦନ୍ତ କରୁଛି । ହେଲେ କାହିଁକି ପୁଜା ଏତେ ବଡ ନିସ୍ପତି ନେଲେ ତାହା ଏଯାବତ୍ ସଷ୍ଟ ଯଣା ପଡି ନଥିବା ବେଳେ ପରିବାର ଲୋକ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁ ନାହାନ୍ତି । ତେବେ ପୋଷ୍ଟ ମୋଟାମ୍ ରିପୋର୍ଟ ଆସିଲେ ଏବଂ ପରିବାର ଲୋକଙ୍କୁ ପୋଲିସ ଅଧିକ ପଚରା ଉଚରା କରିବା ପରେ ପୁଜାଙ୍କ ଆତ୍ମହତ୍ୟା କରିବା ପଛର ପ୍ରକୃତ ରହସ୍ୟ ଯଣାପଡିବ ।

Nalco
Leave A Reply