Odisha news

ବରିଷ୍ଠ ଆଇନଜୀବୀଙ୍କ ପରାଲୋକ !

0

ରିପୋର୍ଟ ସୋରଡା,  ମନୋରଞ୍ଜନ ଅଧିକାରୀ। : ସୋରଡାର ଅଂଚଳର ଅତି ପରିଚିତ ତଥା ବରିଷ୍ଠ ଆଇନଜୀବୀ ଗଣେଶ ପାଣିଗ୍ରାହୀଙ୍କ ସୋମବାର ଅପରାହ୍ନରେ ହୃଦ୍ ଘାତରେ ପରଲୋକ ଘଟିଛି। ଆଜି ସକାଳେଛାତିରେ ଜନ୍ତ୍ରଣା ହେବାରୁ ସୋରୋଡ଼ା ରୁଆମ୍ଭୁଲେସ ଯୋଗେ ବ୍ରହ୍ମପୁର ନେଉଥିବାବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଦୀର୍ଘ ପ୍ରାୟ ୫୧ ବର୍ଷ ଧରି ଓକିଲାତି କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ଇଂରାଜୀ ଭାଷାରେ ତାହାଙ୍କ ପ୍ରଖର ଜ୍ଞାନ ରହିଥିଲା। ତାହାଙ୍କ ମୃତ୍ୟୁରେ ସୋରଡା ବାର୍ ଆସୋସିଏସନ୍ ତରଫରୁ ଶୋକସଭା କରାଯାଇଥିଲା। ସେ ଅତ୍ୟନ୍ତ ମେଳାପୀ ଓ ମିଷ୍ଟଭାଷୀ ଥିଲେ।

Nalco
Leave A Reply