Odisha news

ଏହା ହେଉଛି ଦୁନିଆ ର ଶେଷ ସଡ଼କ, ଯେଉଁଠି ଶୀତ ଦିନରେ ଛାଇ ରହିଥାଏ ଅନ୍ଧକାର

0

ଅନେକ ସମୟରେ ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଥିବ ଯେ ପୃଥିବୀ କେଉଁଠି ଶେଷ ହୋଇଛି ? ଏବଂ ଏହି ସ୍ଥାନର ଦୃଶ୍ୟ କିପରି ହୋଇଥିବ ? ଏହି ପ୍ରଶ୍ନ ଗୁଡିକର ଉତର ହୁଏତ କାହା ପାଖରେ ଥାଇପାରେ , କିନ୍ତୁ ଆଜି ଆମେ ଆପଣଙ୍କ ମନରେ ଏଭଳି ପ୍ରଶ୍ନ ଉଠୁଥିବାର କିଛିଟା ସମାଧାନ କରିବୁ l

ୟୁରୋପୀୟ ଦେଶ ନରୱେ ରେ ଗୋଟିଏ ଏଭଳି ସଡକ ରହିଛି ଯାହାକୁ ଦୁନିଆର ଶେଷ ରାସ୍ତା ବୋଲି କୁହାଯାଉଛି l କୁହାଯାଇ ଥାଏ ଯେ ଏହି ରୋଡ଼ ସମାପ୍ତ ହେବା ପରେ କେବଳ ସମୁଦ୍ର ଓ ଗ୍ଲେସିୟସ ଦେଖିବାକୁ ମିଳିଥାଏ l ଏହା ବ୍ୟତୀତ ଆଉ କିଛି ନଥାଏ l ଏହି ସଡକ ର ନାମ ହେଉଛି E -96 ହାଇୱେ ନାମରେ ଜଣାଶୁଣା ଅଟେ l ଆସନ୍ତୁ ଜାଣିବା ଏହି ହାଇୱେ ବିଷୟରେ କିଛିଟା ରୋଚକ କଥା l ଉତର ଧ୍ରୁବ ରେଖା , ପୃଥିବୀ ର ସବୁଠୁ ଦୂର ବିନ୍ଦୁ ଅଟେ l ଏଠାରେ ନରୱେ ଦେଶ ଅବସ୍ଥିତ l E 96 ହାଇୱେ ପୃଥିବୀ କୁ ନରୱେ ସହିତ ଯୋଡ଼ିଥାଏ l ଏହି ସଡକ ଯେଉଁଠି ସମାପ୍ତ ହୋଇଛି ତା ପରେ ଆପଣଙ୍କୁ ଆଉ କୌଣସି ରାସ୍ତା ଦେଖାଯିବ ନାହିଁ l ଆପଣଙ୍କୁ ଚତୁର୍ପାର୍ଶ୍ୱ ରେ କେବଳ ବରଫ ହିଁ ବରଫ ଦେଖିବାକୁ ମିଳିବ l ସଡକ ର ଲମ୍ବ ପାଖାପାଖି ୧୪ କିଲୋମିଟର l

E 96 ହାଇୱେ କୁ ଯଦି ଆପଣ ଯାଇ ଦେଖିବାକୁ ଚାଉଁଛନ୍ତି ତେବେ ଏକାକୀ ଯିବା ସମ୍ଭବ ନୁହେଁ, ତେବେ ଆପଣଙ୍କୁ ଗୋଟିଏ ଗ୍ରୁପ କରିବାକୁ ପଡିବ l ତେବେ ଯାଇ ଆପଣଙ୍କୁ ଏଠାକୁ ଯିବାକୁ ଅନୁମତି ମିଳିବ l ଏଠାକୁ ଯିବାକୁ ଏକାକୀ ନିଷେଧ ଅଟେ l ଏବଂ ଏଠାକୁ କୌଣସି ଗାଡି ଯାଇନଥାଏ l କାହିଁକି ନା ଏହି ସ୍ଥାନ ବରଫ ଚାଦର ରେ ଆବୃତ ଅଟେ , ଯେଉଁ କାରଣରୁ ଏଠାରେ ଜୀବନ ମଧ୍ୟ ଯାଇପାରେ l ଉତର ଧ୍ରୁବ କାରଣରୁ ଏଠାରେ ଶୀତ ଦିନରେ ୬ମାସ ପର୍ଯ୍ୟନ୍ତ ଅନ୍ଧକାର ରହିଥାଏ l ଗରମ ଦିନରେ ଏଠାରେ ରାତି ହୋଇ ନଥାଏ ଏବଂ ଶୀତ ଦିନରେ ଏଠାରେ ଦିନ ହୋଇ ନଥାଏ l ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା ଏତେ ଅସୁବିଧା ସତ୍ୱେ ମଧ୍ୟ ଏଠାରେ ଜନବସତି ରହିଥାଏ l

ଏଠାକୁ ଯେଉଁ ଦର୍ଶକ ମାନେ ଆସି ଥାଆନ୍ତି ସେମାନେ ଏଠାକାର ସୂର୍ଯ୍ୟାସ୍ତ ଦେଖି ଆନନ୍ଦିତ ହୋଇ ଥାଆନ୍ତି l ଶୀତ ଋତୁରେ ଏଠାକାର ତାପମାତ୍ରା – ୪୫ ଡିଗ୍ରୀ ରହଥାଏ ” ଏବଂ ଗରମ ଦିନରେ ୦ ଶୂନ୍ୟ ଡିଗ୍ରୀ ରହିଥାଏ l ଏଠାରେ ସୂର୍ଯ୍ୟାସ୍ତ ଦେଖିବାକୁ ଖୁବ ମଜା ଲାଗିଥାଏ l ପୂର୍ବରୁ ଏଠାରେ ମାଛ ବ୍ୟବସାୟ ହେଉଥିଲା , ୧୯୩୦ ପରେ ଏଠାରେ ବିକାଶ ଆରମ୍ଭ ହୋଇଛି l

Leave A Reply