Odisha news

ପାକିସ୍ତାନ ରୁ ୫ମାସ ପରେ ଭାରତ ଫେରିଲେ ରାଜସ୍ଥାନର ଅଞ୍ଜୁ , କଣ ରହିବ କାର୍ଯ୍ୟାନୁଷ୍ଠାନ

0

ନୂଆଦିଲ୍ଲୀ : ରାଜସ୍ଥାନ ଭୀବଡୀ ର ଅଞ୍ଜୁ ୫ମାସ ତଳେ ନିଜ ପ୍ରେମିକ ନସରୁଲl ନିକଟକୁ ପାକିସ୍ତାନ ଯାଇ କେବଳ ଭାରତ ପାକିସ୍ତାନ ମଧ୍ୟରେ ନୁହେଁ ସାରା ବିଶ୍ୱରେ ଚର୍ଚାର ବିଷୟବସ୍ତୁ ପାଲଟିଥିଲେ l ସେ ଭାରତ ଫେରି ଆସିଛନ୍ତି l ଅଞ୍ଜୁ ଙ୍କ ପାକିସ୍ତାନ ସ୍ୱାମୀ ନସରୁଲା ବାଘା ବର୍ଡ଼ର ରେ ଅଞ୍ଜୁ ଙ୍କୁ ବାଟୋଇ ଦେବାକୁ ଆସିଥିଲେ, ,ମେଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ ଅଞ୍ଜୁ ତାଙ୍କ ପିଲା ମାନଙ୍କ ସହିତ ସାକ୍ଷାତ କରିବାକୁ ଭାରତ ଆସିଛନ୍ତି l ମିଳିଥିବା ଖବର ଅନୁସାରେ ଅଞ୍ଜୁ ଏହି ସମୟରେ ବିଭିନ୍ନ ଯାଞ୍ଚ ଏଜେନ୍ସି ଙ୍କର ସମୁଖୀନ ହେବେ l ନସରୁଲା ଦେଇଥିବା ସୂଚନାରୁ ଜଣାପଡିଛି ଯେ ଅଞ୍ଜୁ ପିଲା ମାନଙ୍କ ସହିତ ସାକ୍ଷାତ କରି ପୁନର୍ବାର ପାକିସ୍ତାନ ଫେରିଯିବେ l

ଅଞ୍ଜୁ ପାକିସ୍ତାନ ଯାଇ ସେଠାରେ ଇସ୍ଲାମ ଗ୍ରହଣ କରି ସାରିଛନ୍ତି ଓ ନସରୁଲl ଙ୍କୁ ବିବାହ ପରେ ନିଜର ନାମ ମଧ୍ୟ ପରିବର୍ତ୍ତନ କରିସାରିଛନ୍ତି l ସେ ବର୍ତମାନ ଫାତିମା ନାମରେ ପରିଚିତ l ବର୍ତମାନ ଚିନ୍ତାର କାରଣ ଏହା ରହିଛି ଯେ କଣ ଅଞ୍ଜୁଙ୍କ ଭାରତୀୟ ସ୍ୱମୀ ତାଙ୍କୁ ନିଜ ପିଲାଙ୍କ ସହିତ ସାକ୍ଷାତ କରିବାକୁ ପରାମର୍ଶ ଦେବେ ? ଅଞ୍ଜୁ ଓ ତାଙ୍କ ଭାରତୀୟ ସ୍ୱାମୀ ଅରବିନ୍ଦ ଙ୍କ ମଧ୍ୟରେ ତିକ୍ତତା ଅଧିକ ବୃଦ୍ଧି ପାଇପାରେ l ଅଞ୍ଜୁଙ୍କ ଭାରତୀୟ ସ୍ୱାମୀ ଏପରି ସ୍ଥିତିରେ ପୋଲିସ ର ସହାୟତା ନେବାର ଇଛା ପ୍ରକାଶ କରିଛନ୍ତି l ଅଞ୍ଜୁ ଓ ଅରବିନ୍ଦ ଙ୍କର ୨ଟି ସନ୍ତାନ ରହିଛନ୍ତି , ବର୍ତମାନ ସ୍ଥିତି ରେ ଦୁଇଟି ସନ୍ତାନ ଅରବିନ୍ଦ ଙ୍କ ନିକଟରେ ଅଛନ୍ତି l ମେଡିଆ ରିପୋର୍ଟ ଅନୁସାରେ ଅରବିନ୍ଦ କହିଥିଲେ ଯେ ସେ ପିଲା ମାନଙ୍କୁ ଅଞ୍ଜୁଙ୍କ ସହିତ ସାକ୍ଷାତ କରିବାକୁ ଦେବେ ନାହିଁ l ଭାରତରେ ଗୋଟିଏ ପକ୍ଷରେ ବିନା ବିବାହ ବିଛେଦ ରେ ଦ୍ଵିତୀୟ ବିବାହ କରିବା ଆଇନ ବିରୁଧ ଅଟେ l ଏମିତି ସ୍ଥିତିରେ ଅଞ୍ଜୁଙ୍କୁ ବିଭିନ୍ନ ସମସ୍ୟା ର ସମୁଖୀନ ହେବାକୁ ପଡିପାରେ l

Govt
Leave A Reply