Odisha news

କୋଣାର୍କ ନଗର ବିଜେଡି ସଭାପତିଙ୍କ ଦାୟିତ୍ବହୀନତା ଓ ଖାମଖିଆଲି ମହଙ୍ଗା ପଡ଼ିଲା : ମାମଲାରେ ଫସିଲେ ବିଜେଡି କାଉନସିଲର, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ରତର।

0
କୋଣାର୍କ – ଗତକାଲି କୋଣାର୍କ ଏନଏସି କାର୍ଯ୍ୟାଳୟରେ ମିନାବଜାର ପ୍ଲଟ ଆବଣ୍ଟନରେ ଅନିୟମିତତା  ନେଇ ଶାସକ ଦଳର କିଛି   କାଉନସିଲର ବିରୋଧ କରି କୋଣାର୍କ ଏନଏସି ଅଧ୍ୟକ୍ଷା କୁ ତାଲା ପକାଇଥିଲେ। ଦୀର୍ଘ ୧ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ତାଲାପଡିବା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ହସ୍ତକ୍ଷେପ କରିବା ପରେ କାର୍ଯ୍ୟାଳୟ ତାଲା କାଉନସିଲର ମାନେ ଖୋଲି ଥିଲେ । ପରେ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ବେହେରା ଉଭୟଙ୍କ ମଧ୍ୟରେ ସମାଧାନ କରାଯିବା ନିମନ୍ତେ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ।  କୋଣାର୍କ ନଗର ବିଜେଡି ସଭାପତି କୋଣାର୍କ ଏନଏସି ଅଧ୍ୟକ୍ଷା, କୋଣାର୍କ ନିର୍ବାହୀ ଅଧିକାରୀ ଓ କାଉନସିଲର ମାନଙ୍କୁ ନେଇ ଆଲୋଚନା ମାଧ୍ୟମରେ ଆପୋଷ ସମାଧାନ କରିବା ପାଇଁ ଦାୟିତ୍ବ ନେଇଥିବା ବେଳେ ଏହାର ସମାଧାନ କରିବା ଦିଗରେ ବିଫଳ ହୋଇଥିଲେ। ଏହି ଘଟଣାର ସମାଧାନ ହୋଇ ନ ପାରିବା ଯୋଗୁଁ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳ ଶାସକ ଦଳର କେତେକ କାଉନସିଲର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ କୋଣାର୍କ ଏନଏସି ଅଧ୍ୟକ୍ଷା ଓ କାଉନସିଲର ମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। କୋଣାର୍କ ନଗର ବିଜେଡି ସଭାପତିଙ୍କ ଅପାରଗତା ଯୋଗୁଁ କୋଣାର୍କ ନଗର ବିଜେଡିରେ ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କାକଟପୁର ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କୋଣାର୍କ ନଗର ବିଜେଡି ସଭାପତି ସଠିକ ଭାବେ କାର୍ଯ୍ୟକାରୀ ନ କରିବା ଯୋଗୁଁ ଶାସକ ଦଳର କେତେକ କାଉନସିଲର ଦୁର୍ନୀତିକୁ ବିରୋଧରେ ସ୍ୱର ଉତ୍ତୋଳନ କରି ମାମଲାରେ ଫସିଯିବା ଘଟଣା କୋଣାର୍କ ନଗର ବିଜେଡିର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।
Leave A Reply