ବେତନଟୀ : ବୈଶିଙ୍ଗା ଥାନା ଅଧୀନ ରାଇକମା ଆଶ୍ରମ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏଥିରେ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଜତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଇକମାମାଟିର ସୁଯୋଗ୍ଯ ସନ୍ତାନ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ସଭାପତିତ୍ଵ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ରଘୁନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ କୁମାର ଜେନା ଯୋଗ ଦେଇଥିଲେ। ପ୍ରଶିକ୍ଷିକା ଶକୁନ୍ତଳା ମହାନ୍ତି ଓ ଭାର୍ଗବୀ ମହାନ୍ତ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର କୌଶଳ ଶିକ୍ଷା ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଭେମ୍ବର ମାସରେ ୫ ଦିନ,ଡିସେମ୍ବର ମାସରେ ୫ ଦିନ ଓ ଜାନୁୟାରୀ ମାସରେ ୫ ଦିନ,ସର୍ବମୋଟ ୧୫ ଦିନ ହେବ। ଶ୍ରୀମତୀ ରୂପା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ସମୟରେ ଶ୍ରୀମତୀ ସୁବାସିନୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଘୁନାଥ ଆଶ୍ରମ ବିଦ୍ୟାଳୟ ଏବଂ ରଘୁନାଥ ଉଚ୍ଚ ବିଦ୍ୟାଳୟର ମୋଟ ୧୦୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଦୀପାଞ୍ଜଳି ଦାସ,ସୁକାନ୍ତି ବିଶ୍ବାଳ, ନୀଳାକ୍ଷି ଦାସ,ମାଳତୀ ମାଝୀ ,ମଣ୍ଟୁ ମାର୍ଣ୍ଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।