Odisha news

ବିଷଧର ସର୍ପ ଦଂଶନ  କରାଇ ସ୍ତ୍ରୀ ଓ ଝିଅ କୁ  ହତ୍ୟା : ସ୍ୱାମୀ ଗିରଫ

0

ଆସିକା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ  ଅଢେଇବରଗାଁ ରେ ସାପ କାମୁଡ଼ାରେ ଗତ ଅକ୍ଟୋବର ମାସ ସାତ ତାରିଖ ରେ ଘଟିଥିବା ମା ଝିଅ ମୃତ୍ୟୁ ଘଟଣା  ଏବେ ଭିନ୍ନ ରୂପ  ନେଇଛି l ଖୋଦ ସ୍ୱାମୀ ଘରେ ବିଷଧର ସାପ ଛାଡି ଓ ନିଜେ ଉଭୟସ୍ତ୍ରୀ ଓ ଝିଅ  ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ତଦନ୍ତରେ ଜଣା ପଡ଼ିଛି l ପୋଲିସ ହତ୍ୟାକାରୀ ସ୍ୱାମୀ କେ. ଗଣେଷ ପାତ୍ର କୁ ଗିରଫ କରି କବିସୂର୍ଯ୍ୟନଗର କୋର୍ଟ କୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ କୋଦଳା  ସବ୍ ଜେଲ କୁ ପଠାଯାଇଛି। ଗତ ଅକ୍ଟୋବର ମାସ ସାତ ତାରିଖ ରେ ଘଟିଥିବା ଏହି ଘଟଣାସମଗ୍ର ଜିଲ୍ଲାରେ ଆଲୋଡନ ଖେଳାଇ ଚର୍ଚ୍ଚା ର ବିଷୟ ହୋଇଛି। ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ  ଅଢେଇବରଗାଁ ର ଗଣେଶ ସେହି ଗ୍ରାମର  ବି. ଖଲି ପାତ୍ର ଙ୍କ ଦ୍ଵିତୀୟ ଝିଅ ବାସନ୍ତୀ କୁ ପ୍ରାୟ ତିନି ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଏକ ଦୁଇ ବର୍ଷ ର ଝିଅ ମଧ୍ୟ ରହିଛି।ସ୍ତ୍ରୀ ଚରିତ୍ର ସନ୍ଦେହ କରି ଘରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ରୀତି ମତ ମାର ପିଟ ହୋଇଥିଲା। ତେବେ ସ୍ବାମୀ ଗଣେଷ ସବୁଦିନଲଗି ସ୍ତ୍ରୀ ଓ ଝିଅ କୁ ଜୀବନ ରୁ ହଟାଇବା ଲକ୍ଷ୍ୟରେ ପୋଲସରା ଅଞ୍ଚଳର ସାପ ଧରୁଥିବା କେଳା ଠାରୁ ବିଷଧର କୋଳଥିଆ ନାଗ କିଣି ଆଣିଥିଲା।
ଶୋଇଥିବା ସମୟରେ ସ୍ୱାମୀ କୋଳଥିଆ ନାଗ  କୁ ଘରେ ଛାଡ଼ି ଉଭୟ ଙ୍କୁ ଦଂଶନ କରାଇବା ସହ ଉଭୟ ଙ୍କ ତଣ୍ଟି ଚିପି ହତ୍ୟା  କରିଦେଇଥିଲା।ଯୋଜନା ମୁତାବକ ଉଭୟଙ୍କ ମୃତ୍ୟୁ ଘଟିବାପରେ ଗଣେଷ ଘରୁ ଦାଣ୍ଡ କୁ ଆସି ସ୍ତ୍ରୀ ଓ ଝିଅ କୁ ସାପ ମାରିଦେଇଥିବା ନେଇ ରଡି ଛାଡିଥିଲା। ଘରେ ପଶି ସାପ କୁ ପିଟି ପିଟି ମାରିବା ସହ ଉଭୟ ଙ୍କୁ ସରକାରୀ ଚିକିତ୍ସାଳୟ କୁ ନେଇଥିଲେ। ସେହି ସମୟରେ ପୋଲିସ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା। ଘଟଣା ପର ଦିନ ୮ ତାରିଖରେ ଶଶୁର ଥାନାରେ ପହଞ୍ଚି ଜ୍ବାଇଁ ଗଣେଷ ର ଗତି ବିଧି କୁ ଠାଉରାଇ ହତ୍ୟା କରିଥିବା ସନ୍ଦେହ ପ୍ରକଟ କରିଥିଲେ।ପୋଲିସ ତଦନ୍ତ ଜାରି ରଖି ଥିବାବେଳେ ଗଣେଷ ବିଷଧର ସର୍ପ କୁ ପୋଲସରା ରୁ କିଣି ଆଣିଥିବା ସ୍ପଷ୍ଟ ସୂଚନା ପାଇ ଗଣେଷ କୁ ଅଟକ ରଖି ଜେରା କରିବାରେ ସେ ସ୍ତୀ ଓ ଝିଅ କୁ ହତ୍ୟା କରିଥିବା ମାନିଥବା ଗ୍ରାମବାସୀ କୋଳଥିଆ ନାଗ ସାପ ଟି ସଂଗ୍ରହ କରି ନିଜ ପତ୍ନୀ ଓ ଝିଅ କୁ ଗଣେଷ ହତ୍ୟା କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ  ପ୍ରକାଶ କରିଚନ୍ତିl ଏହି ଘଟଣା ସାରା ଜିଲ୍ଲାରେ ଆଲୋଚନା ର ବିଷୟ ହୋଇଛି l

Leave A Reply