Odisha news

ବିଶ୍ୱସ୍ତରୀୟ ମତ୍ସ୍ୟ ଚାଷ ସମ୍ପର୍କିତ ବୈଷୟିକ ଶିକ୍ଷାପାଇଁ କୈଳାସ ହଚେରୀ ମନୋନୀତ

0
ବେତନଟୀ : ବୈଶିଙ୍ଗା ସ୍ଥିତ “କୈଳାସ ଫିସାରୀ ଏଣ୍ଡ ଆକ୍ୱାଟିକ୍ ” ଦୀର୍ଘ ୩୦ ବର୍ଷ ଧରି ଆଧୁନିକ ବୈଜ୍ଞାନିକ ଜ୍ଞାନ କୌଶଳ ସହିତ ମାଛ ଚାଷ କରିବା, ମାଛ ଚାଷ ସମ୍ପର୍କରେ ଅନ୍ୟମାନଙ୍କୁ ଶିକ୍ଷାଦେବା ଏବଂ ଉନ୍ନତ୍ତମାନର ପ୍ରାୟ ୩୦ ପ୍ରଜାତିର  ମାଛ ଜାଆଁଳ ଉତ୍ପାଦନ କରି ସାରା ଭାରତ ବର୍ଷର ବିଭିନ୍ନ ସ୍ଥାନକୁ ମାଛ ଜାଆଁଳ ପଠାଇବା ଏବଂ ସେଥିରେ ସଫଳ ହେବା କାରଣରୁ କୈଳାସ ହଚେରୀ ୧ନଂ ମାଛ ଚାଷୀ ଭାବେ ଭାରତ ସରକାର ଙ୍କ ଠାରୁ ମାନ୍ୟତା ପାଇ ପାରିଛି। ଏଥିପାଇଁ ଗତ ୩ ବର୍ଷ ପୂର୍ବରୁ ଏଠାରେ ଏକ ମସ୍ୟ ଚାଷ ସମ୍ପର୍କିତ ବୈଷୟିକ ଜ୍ଞାନ କୌଶଳ ଶିକ୍ଷାଦାନ ପାଇଁ ସରକାର ଙ୍କ ତରଫରୁ ” ଫିସରୀ  କଲେଜ ” ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବର୍ଷା  ଋତୁ ଆସିବାର ବହୁ ପୂର୍ବରୁ ଯେତେବେଳେ କି ଦେଶର କୌଣସି ପ୍ରାନ୍ତ ରେ ଜାଆଁଳ ଉତ୍ପାଦନ ହୋଇନଥାଏ ଠିକ୍ ଫେବୃଆରୀ ମାସ ଶେଷ କିମ୍ବା ମାର୍ଚ୍ଚ ମାସ ପ୍ରଥମ ଭାଗରେ କୈଳାସ ହଚେରୀରେ ଜାଆଁଳ ଉତ୍ପାଦନ ହୋଇ ବିଭିନ୍ନ ପ୍ରାନ୍ତକୁ ଯିବା ପାଇଁ ପ୍ରସ୍ତୁତ ହୋଇ ଯାଇଥାଏ। ମତ୍ସ୍ୟ ଚାଷ ସହିତ କୃଷି, ପନିପରିବା, ଫୁଲ, ଡାଏରୀ ଭଳି ଯୌଗିକ କୃଷିକୁ ପ୍ରଶଂସନୀୟ ପଦକ୍ଷେପ ମାନ୍ୟତା ମିଳିଥିଲା। ଏହି ଉଦ୍ୟମ ପାଇଁ କୈଳାସ ହଚେରୀର ମାଲିକ ଅକ୍ଷୟ କୁମାର ସାହୁଙ୍କୁ ଗତ କାଲି ଗୁଜୁରାଟର ସାଇନସ୍ ସିଟି ଅହମଦାବାଦ ଠାରେ ଅନୁଷ୍ଠିତ ବିଶ୍ଵ ସ୍ତରୀୟ ମତ୍ସ୍ୟଚାଷ ସମ୍ପର୍କିତ କର୍ମଶାଳାରେ ଶ୍ରେଷ୍ଠ ଉଦ୍ୟୋଗୀ ଭାବେ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା। ମୂଖ୍ୟ ଅତିଥି ଭାବେ ଗୁଜରାଟ ମୂଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ସମ୍ମାନୀତ ଅତିଥିଭାବେ କେନ୍ଦ୍ର କ୍ୟାବିନେଟର ମତ୍ସ୍ୟଚାଷ ଓ ପଶୁ ପାଳନ ଏବଂ ଡାଏରୀ ବିଭାଗର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ଏହି ବିଭାଗର ଯୁଗ୍ମ ସଚିବ ସାଗର ମେହେର, କେନ୍ଦ୍ର ମତ୍ସ୍ୟ ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରଗାନ୍ , ପଶୁପାଳନ ରାଷ୍ଟ୍ରମନ୍ତ୍ରୀ ସଞ୍ଜିବ଼ ବାଲ୍ୟାନ, ସାମୁଦ୍ରିକ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ନୀତୁ କୁମାରୀଓ ପ୍ରସାଦ, ସଚିବ ଅଭିଳାଷା ଲିଖିଙ୍କ ସହିତ ବହୁ ପଦାଧୂକାରୀ ଉପସ୍ଥିତ ରହିଥିଲେ।ମତ୍ସ୍ୟ ଚାଷୀ ଅକ୍ଷୟ କୁମାର ସାହୁ ନିଜର ଅଭିଜ୍ଞତାକୁ ଅତିଥିମାନଙ୍କୁ ବଖାଣିବା ସହିତ ସାରା ବିଶ୍ଵ ରୁ ଆସିଥିବା ମତ୍ସ୍ୟ ଚାଷୀ ମାନଙ୍କୁ ନିଜର କର୍ମ କୁଶଳତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ବିଶ୍ଵସ୍ତରରେ ଗବେଷଣାତ୍ମକ ଉନ୍ନତ୍ତ ମାନର ମତ୍ସ୍ୟ ଚାଷ ଦ୍ଵାରା ସାରା ବିଶ୍ଵ ଆଲୋକିତ ହୋଇ ପାରିବ ବୋଲି ଏହି କର୍ମଶାଳାରେ ମତ ପ୍ରକାଶ ପାଇଥିଲା। ଶ୍ରୀ ସାହୁଙ୍କର ଏହି ଅଭିଜ୍ଞତା ସମ୍ପନ୍ନ ପଦକ୍ଷେପ ପାଇଁ ନିଜ ରାଜ୍ୟ ଓଡ଼ିଶା ଗର୍ବିତ ଅନୁଭବ କରିବା ସହିତ ବୈଶିଙ୍ଗା ଅଞ୍ଚଳରେ ଅଭିନନ୍ଦନ ର ସୁଅ ଛୁଟିଛି।
Ad2
Leave A Reply