ଦଶପଲ୍ଲା ୨୨/୧୧ : ବୁଧବାର ଦିନ ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇ ୫୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସିଲିଗାଡି ଗ୍ରାମର ପ୍ରଶାନ୍ତ ବେହେରା (୨୫) ଏକ ଜରି ବସ୍ତା ରେ ଏକ ଜାର୍କୀନ ରେ ୧୫ ଲିଟର ଦେଶୀ ମଦ ଧରି ଠିଆ ହୋଇଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନେ ତାଙ୍କୁ କାବୁ କରିନେଇଥିଲେ । ପରେ ତନଖି କରାଯିବା ସମୟରେ ଜାର୍କୀନ ରେ ଦେଶୀ ମହୁଲିମଦ ଥିବା ଜଣା ପଡିଥିଲା । ପରେ ଅବକାରୀ ବିଭାଗ ପକ୍ଷରୁ ପ୍ରଶାନ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେହିପରି ରାଇମଡା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଜଣେ ଯୁବକ କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକ ଙ୍କ ନାଁ କବିରାଜ ନାୟକ(୩୫) ଓ ତାଙ୍କ ଘର ରାଇମଡା ଗ୍ରାମରେ । କବିରାଜ ରାଇମଡା ଠାରେ ଏକ ଜରି ବସ୍ତାରେ ଦୁଇଟି ଜାର୍କୀନ ରେ ଦେଶୀ ମଦ ଧରି ଠିଆ ହୋଇଥିବା ବେଳେ ଅବକାରୀ କର୍ମଚାରୀ ମାନେ ତାକୁ କାବୁ କରି ନେଇଥିଲେ । ପରେ କବି ରାଜ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ମାତ୍ର ସିଲିଗାଡି ଗ୍ରାମ ବାସୀଙ୍କ କହିବା କଥା ପ୍ରଶାନ୍ତ ଠାରୁ ମହୁଲ ପୋଚ ଜବତ ହୋଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ପ୍ରଶାନ୍ତ ଠାରୁ ମଦ ଜବତ ହୋଇଥିବା କେଶ ରେକର୍ଡ ରେ ଦର୍ଶା ଯାଇଛି ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।