କାକଟପୁର ତା ୨୨/୧୧, କାକଟପୁର ଥାନା ଅଧିନସ୍ଥ ମୂଳାଗଡ଼, ସମିଆ, ବଂଶୀଧରପୁର, ଲତାହରଣ, ଶ୍ରୀରାମପୁର, ବୋଇତିକୁଦ ଆଦି ଧାନ ବିଲମାନଙ୍କୁ ସନ୍ନିକଟ ଜଙ୍ଗଲରୁ ବାରହା ମାନେ ଆସି ପାଚିଲା ଧାନ କିଆରୀରୁ ଧାନ ଖାଇ ଚାଷ ଜମିକୁ ନଷ୍ଟଭ୍ରଷ୍ଟ କରୁଥିବାବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଶହ ଶହ ସଂଖ୍ୟାରେ ବାରହା ସନ୍ଧ୍ୟା ହେଲା ମାତ୍ରେ ଧାନ କ୍ଷେତରେ ପଶି ଧାନ ନଷ୍ଟ କରୁଥିବାବେଳେ ଚାଷୀ ମାନେ ଟର୍ଚ୍ଚ ଓ ମଶାଲ ଧରି ଘଉଡ଼ାଇବା ସମୟରେ ବାରହାମାନେ ପାଲଟା ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ବନ ବିଭଗ ଓ ପୋଲିସ ପ୍ରଶାସନକୁ ଚାଷୀମାନେ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ l
