Odisha news

ପ୍ରେମିକ ଘରୁ ନାବାଳିକା ପ୍ରେମିକାର ମୃତଦେହ ଉଦ୍ଧାର

0
ନୂଆପଡ଼ା-୨୨/୧୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ବେଳଟୁକୁରୀ ଥାନା ବିଶୋରା ଗ୍ରାମରେ ଜଣେ ପ୍ରେମିକ ଘରୁ ଜଣେ ନାବାଳିକା ପ୍ରେମିକାଙ୍କ ମୃତଦେହ କୁ ପୋଲିସ୍ ଉଦ୍ଧାର କରିଛି। ପୂର୍ବାହ୍ନରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରେମିକକୁ ଅଟକ ରଖି ତଦନ୍ତ ଅବ୍ୟାହତ ରଖିଛି ।
ପୁଲିସ ସୂଚନା ମୁତାବକ, ବେଲଟୁକୁରି ଥାନା ବିଶୋରା ଗ୍ରାମ ର ନୂଆପଡ଼ା ନ୍ୟାସନାଲ କଲେଜର ଛାତ୍ର ନବୀନ ମାଝୀ(୧୮) ଓ ନେଗିପାଲି ସ୍ଥିତ ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର  ଛାତ୍ରୀ ନାବାଳିକା ଭୁନେଶ୍ବରୀ ମାଝୀ(୧୭)ଙ୍କ ମଧ୍ୟରେ ନିବିଡ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତ କାଲି ରାତିରେ ନାବାଳିକା ଜଣକ ପ୍ରେମିକଙ୍କ ଘରକୁ ଯାଇଥିଲେ । ସେଠାରେ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ରାତିରେ ପ୍ରେମିକଙ୍କ ଘର ସମ୍ମୁଖରେ ନାବାଳିକା ପ୍ରେମିକା ବେକରେ ଦଉଡି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରେମିକ ଓ ତାଙ୍କ ପରିବାର ଦଉଡ଼ି କାଟି ପ୍ରେମିକାଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେଲେ ସେଠାରେ ପ୍ରେମିକା ଙ୍କ ଜୀବନ ଚାଲି ଯାଇଥିଲା । ଏନେଇ ଗ୍ରାମବାସୀ ବେଳଟୁକୁରୀ ପୁଲିସକୁ ସୂଚନା ଦେଇଥିଲେ ।
ଆଜି ସକାଳୁ ବେଳଟୁକୁରୀ ଆଇ.ଆଇ.ସି. ସୂର୍ଯ୍ୟକାନ୍ତ ଦାସଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ପ୍ରେମିକାଙ୍କ ମୃତଦେହକୁ ଜବତ କରିଥିଲେ ଓ  ପ୍ରେମିକଙ୍କୁ ଅଟକ ରଖି ଉପରୋକ୍ତ ଘଟଣା ର ସରଜମିନ ତଦନ୍ତ ଚଳାଇଛି। ଉପରୋକ୍ତ ଘଟଣା ପରେ ବିଶୋର ଗ୍ରାମ କୁ ନୂଆପଡ଼ା ଏସ.ଡି.ପି.ଓ. ସଞ୍ଜୟ ମଣ୍ଡଳ  ପରିଦର୍ଶନ କରି ତଦନ୍ତ କରିଛନ୍ତି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି  ନାବାଳିକା ଆତ୍ମହତ୍ୟା ର କରାଣ କଣ ଅନୁସନ୍ଧାନ ଚଳାଇଛି।
Leave A Reply