Odisha news

ପୋର୍ଟଫୋଲିଓ ଡାଏଟ କଣ ? ଯାହାଦ୍ୱାରା ଦୂର ହୋଇଥାଏ କଲେଷ୍ଟ୍ରାଲ ସମସ୍ୟା ଏବଂ ହାର୍ଟ ରହିଥାଏ ସୁସ୍ଥ

0

ଖରାପ ଜୀବନ ଶୈଳୀ ଓ ଖାଦ୍ୟ ପାନୀୟ କାରଣରୁ କଲେଷ୍ଟ୍ରାଲ ସମସ୍ୟା ଦେଖା ଯାଇଥାଏ l ଯାହା ଆଜିକାଲି ପ୍ରତ୍ୟେକ ଲୋକ ଶିକାର ହେଉଛନ୍ତି l ଏବଂ ଯେଉଁ କାରଣରୁ ସମସ୍ତେ ରୋଗରେ ପୀଡିତ ହେଉଛନ୍ତି l ଏପରି ସ୍ଥିତି ରେ ପୋର୍ଟଫୋଲିଓ ଡାଏଟ ଖୁବ ହିତକର l ଏହି ଖାଦ୍ୟ ଦ୍ୱାରା ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟା ସହିତ କଲେଷ୍ଟ୍ରାଲ ମଧ୍ୟ ଦୂରେଇ ଯାଇଥାଏ l ଆସନ୍ତୁ ଜାଣିବା ଦ୍ୱାରା
ପୋର୍ଟଫୋଲିଓ ଡାଏଟ କଣ ?

ପୋର୍ଟଫୋଲିଓ ଡାଏଟ କଣ ?
ହାଇ କଲେଷ୍ଟ୍ରାଲ ରୁ ରକ୍ଷା ପାଇବା ପାଇଁ ଏହି ପୋର୍ଟଫୋଲିଓ ଡାଏଟ ପ୍ରସ୍ତୁତ କରାଯାଇ ଥାଏ l ଏହା ଗୋଟିଏ ଏଭଳି ଡାଏଟ ପ୍ୟାଟର୍ନ ଅଟେ , ଯାହାକି କଲେଷ୍ଟ୍ରାଲ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ଗବେଷକ ଙ୍କ ମତରେ ଏହାକୁ ପ୍ଲାଣ୍ଟ ବେସଡ଼ ଫୁଡ ଭାବରେ ପ୍ରସ୍ତୁତ କରାଯାଇ ଥାଏ l ଏଥିରେ ଏଭଳି ଜିନିଷ ସାମିଲ କରାଯାଇ ଥାଏ , ଯାହା କଲେଷ୍ଟ୍ରାଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

ଏହି ପୋର୍ଟଫୋଲିଓ ଡାଏଟ ରେ କଣ ସବୁ ସାମିଲ ରହିଥାଏ :-
* ଏହି ଖାଦ୍ୟରେ ଫାଇବର ରେ ଭରପୁର ପ୍ରକୃତିକ ଖାଦ୍ୟ ସାମିଲ କରାଯାଇ ଥାଏ l ଏହି ଖାଦ୍ୟରେ ବିନ୍ସ , ଡାଲି , ଫଳ , ପନିପରିବା , ଏବଂ ବିଭିନ୍ନ ପ୍ରକାର ଶସ୍ୟ ସାମିଲ ରହିଥାଏ l ଏହିସବୁ ଖାଦ୍ୟ ଶରୀର ରୁ ବ୍ୟାଡ଼ କଲେଷ୍ଟ୍ରାଲ କୁ ନଷ୍ଟ କରିଥାଏ l

* ହେଲଦି ଫ୍ୟାଟ ଓ ଉପଯୁକ୍ତ ପୋଷାକ ତତ୍ୱ ଯୁକ୍ତ କାଜୁ , ଅଳମଣ୍ଡ, ଅଖରୋଟ ଇତ୍ୟାଦି ସାମିଲ ରହଥାଏ l ଯାହାକି କଲେଷ୍ଟ୍ରାଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

* କିଛି ପ୍ଲାଣ୍ଟ ବେଶଡ଼ ଖଦ୍ୟ୍ ଯେପରିକି ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ଏଥିରେ ସାମିଲ ରହିଥାଏ l ଯାହା ବ୍ୟାଡ଼ କଲେଷ୍ଟ୍ରାଲ କୁ ନିୟନ୍ତ୍ରଣ କରି ହାର୍ଟ କୁ ସୁରକ୍ଷିତ ରଖିଥାଏ l

* ପୋର୍ଟଫୋଲିଓ ଡାଏଟ ରେ ତୋଫୁ , ସୋୟା ମିଲକ, ସାମିଲ କରାଯାଇ ଥାଏ l ଯାହାକି ହାର୍ଟ ଆଟାକ କୁ ଦୂର କରିବା ସହ କଲେଷ୍ଟ୍ରାଲ କୁ ନିୟନ୍ତ୍ରଣ କରିଥାଏ l

Leave A Reply