ଆଠଗଡ ୧୪-୧୧-୨୩ ମଙ୍ଗଳବାର ଆଠଗଡ ମହୋତ୍ସବ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ମଙ୍ଗଳବାର ଦିବା ଆଠ ଘଟିକାରେ ଆଠଗଡ ସହରର ତିନୋଟି ପ୍ରବେଶ ପଥ ବୀରକିଶୋରପୁର , କନ୍ତୋଲ ଓ ରଥଗଡାଛକ ଠାରୁ ପଦଯାତ୍ରା ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲା। ବୀରକିଶୋରପୁର ଠାରେ ପଦଯାତ୍ରା କୁ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ପୁରୁଣା ବସଷ୍ଟାଣ୍ଡ ଠାରେ ତିନୋଟି ପ୍ରବେଶ ପଥରୁ ପଦଯାତ୍ରା ପହଞ୍ଚିବା ପରେ ମହୋତ୍ସବ ପଡିଆକୁ ଯାଇଥିଲା। ସେଠାରେ ମହୋତ୍ସବ ପତାକା କୁ ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ବାଇଁ ଉତ୍ତୋଳନ କରିଥିଲେ। ଆଠଗଡ ଏନ ଏ ସି ର ନଗରପାଳ ସସ୍ମିତା ରାଉତ , ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ଆଠଗଡର ଗଣମାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଥିଲେ। ଆଠଗଡ ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଠଗଡ ଉପଖଣ୍ତର କଳା , ସଂସ୍କୃତି , ସାହିତ୍ୟ , କ୍ରୀଡା ପ୍ରଦର୍ଶିତ ହେବ। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମହୋତ୍ସବ କମିଟିର କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା।