ଭିଟାମିନ ଆମ ଶରୀର ପାଇଁ ଖୁବ ଆବଶ୍ୟକ l ଭିଟାମିନ ଅଭାବରୁ ଶରୀର ଦୁର୍ବଳ ଲାଗିଥାଏ l ଯେତେବେଳେ ଶରୀର ଦୁର୍ବଳ ଲାଗିଥାଏ ଅଧିକାଂଶ ଲୋକେ ମଲ୍ଟି ଭିଟାମିନ ଖାଇବା ଆରମ୍ଭ କରିଦେଇ ଥାଆନ୍ତି l ମଲ୍ଟି ଭିଟାମିନ ଗୋଟିଏ ପ୍ରକାରର ସପ୍ଲିମେଣ୍ଟ ଅଟେ l ଯାହାକୁ ସୁସ୍ଥ ରହିବ ପାଇଁ ସେବନ କରାଯାଇ ଥାଏ l ଏଥିରେ ଭିଟାମିନ, ଖଣିଜ ଓ ଅନ୍ୟ ପୋଷାକ ତତ୍ୱ ପ୍ରଚୁର ମାତ୍ରାରେ ରହିଥାଏ l କିନ୍ତୁ ଆବଶ୍ୟକତା ଠାରୁ ଅଧିକ ମଲ୍ଟି ଭିଟାମିନ ସେବନ ଶରୀର ପାଇଁ ପ୍ରାଣ ଘାତକ ହୋଇଥାଏ l ଆସନ୍ତୁ ଜାଣିବା ଅଧିକ ମଲ୍ଟି ଭିଟାମିନ ସେବନ ଦ୍ୱାରା ଶରୀରର କେଉଁସବୁ କ୍ଷତି ହୋଇଥାଏ l
* ଆବଶ୍ୟକତା ଠାରୁ ଅଧିକ ମଲ୍ଟି ଭିଟାମିନ ର ସାଇଡ ଇଫେକ୍ଟ –
– ପେଟ ଯନ୍ତ୍ରଣା, ବାନ୍ତି, ଝାଡା, ମୁଣ୍ଡ ବୁଲାଇବା
– ଭୋକ ନ ଲାଗିବା , ପେଟ ରେ ଗ୍ୟାସ ହେବା
– କେଶ ଝଡ଼ିବା, ତ୍ୱଚା ଶୁଷ୍କ ହୋଇଯିବା
– କିଡ୍ନୀ ସମସ୍ୟା , କ୍ୟାନ୍ସର
– ହାର୍ଟ ସମସ୍ୟା
* ମଲ୍ଟି ଭିଟାମିନ ଅଧିକ ସେବନ କାହିଁକି କ୍ଷତିକାରକ –
ଆମ ଶରୀର କୁ ଭିଟାମିନ ଓ ଖଣିଜ ସୀମିତ ମାତ୍ରାରେ ଆବଶ୍ୟକ l ମଲ୍ଟି ଭିଟାମିନ ରେ ଏହିସବୁ ପୋଷାକ ତତ୍ୱ ଅଧିକ ମାତ୍ରାରେ ରହିଥାଏ l ଯେତେବେଳେ ଏହାର ଓଭର ଡୋଜ ହୋଇ ଯାଇଥାଏ , ସେତେବେଳେ ଶରୀର ଏହାର ଓଭର ଡୋଜ କୁ ଅବଶୋସିତ କରିପାରି ନଥାଏ ଓ ଶରୀରରୁ ବାହାରକୁ ଚାଲି ଯାଇଥାଏ l ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ l ତେଣୁ ମଲ୍ଟି ଭିଟାମିନ ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ l
* ମଲ୍ଟି ବକମିନ ସେବନ କେଉଁମାନେ କରିବା ଉଚିତ ନୁହେଁ –
କୌଣସି ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତି
– କୌଣସି ଔଷଧ ସେବନ କରୁଥିବା ବ୍ୟକ୍ତି
– କୌଣସି ପ୍ରକାର ଏଲର୍ଜୀ ରେ ପୀଡିତ ଥହିଲେ
– ଗର୍ଭାବସ୍ଥା ଓ ସ୍ତନ୍ୟ ପାନ କରାଉଥିବା ମହିଳା
ମଲ୍ଟି ଭିଟାମିନ କୁ ନେଇ ଗବେଷକ ଙ୍କ ମତ –
– ମଲ୍ଟି ଭିଟାମିନ ସେବନ ଡାକ୍ତରଙ୍କ ପରାମର୍ଶ ରେ କରିବା ଜରୁରୀ l
– ଡାକ୍ତର ଙ୍କ ବୟସ, ସ୍ୱାସ୍ଥ୍ୟ କୁ ଦେଖି ମଲ୍ଟି ଭିଟାମିନ ଉଚିତ ମାତ୍ରାରେ ସେବନ କରିବା ଜରୁରୀ l
– ମଲ୍ଟି ଭିଟାମିନ ସେବନ ସବୁବେଳେ ଖାଦ୍ୟ ସହିତ କରିବା ଜରୁରୀ l
– ମଲ୍ଟି ଭିଟାମିନ ସେବନ ଦିନକୁ ଗୋଟିଏ ଥର ସେବନ କରିବା ଉଚିତ l