Odisha news

ବୁଗୁଡ଼ାରେ ବିଜେଡିର ପ୍ରଶିକ୍ଷଣ ଶିବିର 

0
ବୁଗୁଡ଼ା : ତା ୦୮/୧୧/୨୩ :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳୀୟ ଜନପ୍ରତିନିଧି , କର୍ମକର୍ତ୍ତା ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି ବୁଗୁଡ଼ା ବ୍ଲକ ଓ ଏନ୍ଏସି ସ୍ତରୀୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବୁଗୁଡା ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଏନ୍ଏସି ସଭାପତି କେ.ତ୍ରିଲୋଚନ ଦୋରା, ଯୁବ ସଭାପତି କେଶବ ସାହୁ , ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀଙ୍କ ସମେତ ବ୍ଲକ ଓ ଏନ୍ଏସିର ଦଳୀୟ ଜନପ୍ରତିନିଧି, କର୍ମକର୍ତ୍ତା ଓ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଶିବିରରେ ପ୍ରଶିକ୍ଷକ ଭାବେ ବିଜେଡି ମୁଖପାତ୍ର ମିହିର ରାୟ ଏବଂ ମାଷ୍ଟର ଟ୍ରେନର ଭାବେ ସୌମ୍ୟ ରଞ୍ଜନ ମହାପାତ୍ର ଯୋଗ ଦେଇ ଦଳୀୟ ସଂଗଠନକୁ ମଜବୁତ୍ କରିବା କୌଶଳ ସମ୍ପର୍କରେ ଉପସ୍ଥିତ ଶିବିରାର୍ଥୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।
Leave A Reply