ଚଣ୍ଡିଖୋଲ ୮/୧୧ : ରାତି ଅଧରେ ଜଣେ ଲୋକଘରୁ ଚୋରି କରିବାକୁ ଆସିଥିଲା ବେଳେ ଅସାବଧାନତା ବସତ ଘର ଛାତ ଉପରୁ ଖସିପଡି ସପୃକ୍ତ ଚୋରର ମୃତ୍ୟୁ ଘଟିଛି ! ଏହି ଘଟଣା ଘଟିଛି ବଡଚଣା ଥାନା ଅନ୍ତର୍ଗତ ମହାଖଳା ଗ୍ରାମରେ! ମୃତ ଚୋର ଯୁବକ ଜଣକ ହେଉଛନ୍ତି ବଡ଼ଚଣା ଥାନା ତଥା ଧାନମଣ୍ଡଳ ଫାଣ୍ଡି ଅନ୍ତର୍ଗତ ଭୂଷଣ୍ଡପୁର ପଞ୍ଚାୟତ ଖଟୁଆପଡା ଗ୍ରାମର ଧୋବି ଦେହୁରୀଙ୍କ ପୁଅ ଖଗେଶ୍ୱର ଓରଫ ସନିଆଁ (୨୫) ! ସେ ଗତ ୭ ତାରିଖ ବିଳମ୍ବିତ ରାତିରେ ଚୋରି ଉଦ୍ୟେଶରେ ଭୂଷଣ୍ଡପୁର ପଞ୍ଚାୟତ ମହାଖଳା ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଘରକୁ ଆସିଥିଲା ! ତେବେ ସନିଆଁ କୃଷ୍ଣଚନ୍ଦ୍ରଙ୍କ ଦୁଇ ମହଲା ବିଶିଷ୍ଟ ଛାତ ଉପରକୁ ଉଠୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା ବୋଲି କୁହାଯାଇଛି !ସନିଆଁ ସେଠାରେ ପଡିଯାଇ ଚିତ୍କାର କରିବାରୁ ପାଟି ଶୁଣି କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ପଦାକୁ ଆସି ଦେଖନ୍ତି ତ ସନିଆଁ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡି ରହିଛି ! ଏହା ଦେଖି ପଡୋଶୀ ଲୋକେ ତାଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ ! ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ! ଖବର ପାଇ ବଡ଼ଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ସମ୍ପର୍କରେ ଅବଗତ ହୋଇଥିଲେ ବୋଲି କହିଛନ୍ତି! ତେବେ ମୃତ ସନିଆଁଙ୍କ ପ୍ୟାକେଟରୁ ଗଞ୍ଜେଇ ଗୁଟକା ଓ ସିଗାରେଟ ଥିବା ନେଇ ଥାନାଧିକାରୀ ଶ୍ରୀ ପାତ୍ର କହିଛନ୍ତି ! ସାଙ୍ଗ ମାନଙ୍କ ସହିତ ଚୋରି କରିବାକୁ ଆସି ମୋ ଭାଇ ଛାତରୁ ଖସି ପଡି ମୃତ୍ୟୁ ବରଣ କରିଥିବା ଓ ଅନ୍ୟ ସାଙ୍ଗ ମାନେ ଫେରାର ହୋଇ ଯାଇଥିବା ନେଇ ମୃତ ସାନିଆଙ୍କ ଭାଇ ମଙ୍ଗୁ ଥାନାରେ ଲିଖିତ ଭାବେ ଜଣାଇଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ! ମୃତ ସନିଆଁ ନିଜ ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ଛୋଟ ବଡ଼ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ନେଇ ମଧ୍ୟ ପୋଲିସ ସୂଚନା ଦେଇଛି ! ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ ସନିଆଁର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି! ତେବେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭିନ୍ନ ଆଲୋଚନା ହେଉଛି!