ମଙ୍ଗଳବାର ଦିନ ନିଜ ପର୍ସ ରେ ରଖନ୍ତୁ ମାତ୍ର ଗୋଟିଏ ତୁଳସୀ ପତ୍ର, ଦେଖନ୍ତୁ ଏହାର ଚମତ୍କାର ପ୍ରଭାବ ଦୂର ହେବ ସମସ୍ତ ଆର୍ଥିକ ସମସ୍ୟା
ତୁଳସୀକୁ ହିନ୍ଦୁ ଧର୍ମରେ ଖୁବ ଶୁଭ ବୋଲି କୁହାଯାଇଥାଏ l ତୁଳସୀ ଗଛ ଘର ଅଗଣାରେ ଲଗାଇବା ଦ୍ୱାରା ସମସ୍ତ ଗୃହ କ୍ଳେଶ ଓ ନକାରାତ୍ମକ ଶକ୍ତି ଦୂର ହୋଇଥାଏ l ସେହିଭଳି ତୁଳସୀ ପତ୍ର ଗୋଟିଏ ପର୍ସ ରେ ରଖିବା ଦ୍ୱାରା ବିଭିନ୍ନ ପ୍ରକାର ଦୁଃଖଦୁର୍ଦଶା ଦୂର ହୋଇଥାଏ l ଆସନ୍ତୁ ଜାଣିବା ଜ୍ୟୋତିଷଶାସ୍ତ୍ର ଅନୁସାରେ କଣ ରହିଛି ତୁଳସୀର ପତ୍ର ରଖିବାର ଲାଭ l
* ପ୍ରତି ମଙ୍ଗଳବାର ଦିନ ଆପଣ ହନୁମାନଙ୍କୁ ତୁଳସୀ ଅର୍ପଣ କରନ୍ତୁ l ଯଦି ଆପଣ ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି ତେବେ ଏହି ତୁଳସୀରୁ ଗୋଟିଏ ପତ୍ର ନେଇ ନିଜ ପର୍ସ ରେ ଗୋଟିଏ ନାଲି ରଙ୍ଗର କପଡ଼ାରେ ବାନ୍ଧି ରଖି ଦିଅନ୍ତୁ l ମାନ୍ୟତା ଅନୁସାରେ ଏହାଦ୍ୱାରା ହନୁମାନ ଙ୍କ କୃପାରୁ ଆର୍ଥିକ ଅନାଟନ ଦୂର ହୋଇଥାଏ l
* ଯଦି ଆପଣ ଅଚାନକ ଭାବରେ ଧନ ପ୍ରାପ୍ତିର ଆଶା କରୁଛନ୍ତି, ତେବେ ନିଜ ପର୍ସ ରେ ତୁଳସୀ ର ଗୋଟିଏ ପତ୍ର ନେଇ ରଖନ୍ତୁ l ଏହାଦ୍ୱାରା ଧନ ଲାଭ ହୋଇଥାଏ l
* ଯଦି ଆପଣ ଋଣ ଭାରରେ ଦବି ରହିଛନ୍ତି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ମଙ୍ଗଳବାର ଦିନ ତୁଳସୀ ପାତ୍ରରେ ହଳଦୀ ଲଗାଇ ହନୁମାନଙ୍କୁ ଅର୍ପଣ କରନ୍ତୁ ଏବଂ ଏହି ତୁଳସୀ ପତ୍ର କୁ ପର୍ସ ରେ ରଖନ୍ତୁ l ଏହାଦ୍ୱାରା ଋଣ ବହାରରୁ ମୁକ୍ତି ପାଇବେ ଓ ମl ଲକ୍ଷ୍ମୀ ଙ୍କ କୃପା ଲାଭ କରିବେ l
* ଯଦି ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ଅସୁବିଧାର ସମୁଖୀନ ହେଉଛନ୍ତି ଓ ବିଫଳ ହେଉଛନ୍ତି ତେବେ ଗୋଟିଏ ତୁଳସୀ ପତ୍ରକୁ ନାଲି କପଡ଼ାରେ ଗୁଡ଼ାଇ ନିଜ ପର୍ସ ରେ ରଖି ଦିଅନ୍ତୁ l ଏହାଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ l
* ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ନିକଟରେ ପ୍ରତ୍ୟେକ ସମୟରେ ନକାରାତ୍ମକ ଶକ୍ତିର ଅନୁଭବ କରୁଛନ୍ତି, ତେବେ ବାସ୍ତୁଶାସ୍ତ୍ର ଅନୁସାରେ ତେବେ ଆପଣ ନିଜ ପର୍ସ ରେ ଗୋଟିଏ ତୁଳସୀ ପତ୍ର ରଖନ୍ତୁ l ଏହା ନକାରାତ୍ମକ ଶକ୍ତି କୁ ଦୂର କରିଥାଏ l ଯଦି ଆପଣ ତୁଳସୀ ପତ୍ର ନିଜ ପର୍ସ ରେ ରଖୁଛନ୍ତି ତେବେ ଏହାଦ୍ୱାରା ଖରାପ ଶକ୍ତି ଆପଣଙ୍କ ନିକଟକୁ ଆସି ପାରିବ ନାହିଁ l
* ଯଦି ଗୋଟିଏ କାର୍ଯ୍ୟରେ ବାରମ୍ବାର ବିଫଳ ହେଉଛନ୍ତି ତେବେ ପ୍ରତି ମଙ୍ଗଳବାର ଦିନ ହନୁମାନ ଙ୍କୁ ସମର୍ପଣ ହୋଇଥିବା ତୁଳସୀ ପତ୍ର ନିଜ ପର୍ସ ରେ ରଖି ବାହାରକୁ ଯାଆନ୍ତୁ l ଏହାଦ୍ୱାରା ସେହି କାର୍ଯ୍ୟରେ ଆପଣ ସଫଳତା ଲାଭ କରିବେ l