ନୂଆପଡ଼ା-୫/୧୧ ସକାଳ ଖବର (ସୁରେନ୍ଦ୍ର ତିୱରୀ) ନୂଆପଡ଼ା ସଦର ବ୍ଲକ୍ ଧରମବନ୍ଧା ଥାନା ଅନ୍ତର୍ଗତ ସିଲିଆରିବାହାରା ଗ୍ରାମରେ ମଣିଷ ଖିଆ କଲରା ପତରିଆ ମହିଳା ଙ୍କୁ ଶିକାର କରି ଜଙ୍ଗଲ ରେ ଆହାର ବନାଇଥିବା ପୁଣି ନିକଟବର୍ତ୍ତି ଗ୍ରାମ କୋଦୋପାଲି ରେ ଜଣେ ଆଠବର୍ଷ ଶିଶୁ କୁ ଝାମ୍ପିବା ଉଦ୍ୟମ କରି ବିଫଳ ହୋଇଥିଲା। ଗତ ରାତ୍ରି ରେ ସିଲିହାରିବାହାରା ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରି ଏକ ଘରେ ପ୍ରବେଶ କରିଥିଲା। ବାଘ ସଲାପ ଉପରେ ଥିବା ବେଳେ ଘରକୁ ପ୍ରବେଶ କରିଥିବା ପରେ ଗ୍ରାମବାସୀମାନେ ଅଟକ ରଖି ବନ୍ ବିଭାଗ କର୍ମଚାରୀ ଙ୍କୁ ଖବର ଦେଇଥିଲେ। ବନ୍ ବିଭାଗ ପକ୍ଷ ରୁ ବାଘ କୁ ଧରିବା ପାଇଁ ଯନ୍ତା ଖଞ୍ଜା ଯାଇଥିଲେବି ଗତ କାଲି ବିଳମ୍ବିତ ରାତ୍ରୀରେ ମଣିଷ ଖିଆ କଲରା ପତରିଆ ବାଘ ଯନ୍ତା ରେ କଏଦ ହୋଇଅଛି। ବାଘ କୁ ଉଦ୍ଧାର କରି ନୂଆପଡ଼ା ରେଞ୍ଜ କାର୍ଯ୍ୟାଳୟ ରେ ରଖାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଉଦ୍ଧାର ବାଘ କୁ ନନ୍ଦନକାନନକୁ ଛଡା ଯିବ ବୋଲି ଖଡିଆଳ ଡିଏଫଓ ସୁଶିଲ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି। ହେଲେ ଅଜି ପୁଣି କୋଦୋପାଲି ଗ୍ରାମରେ ଅନ୍ୟ ଏକ କଲରା ପତରିଆ ବାଘ ଘୁରି ବୁଲୁଥିବା ଯୋଗୁଁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ବାଳକ ବାଳିକା ମାନଙ୍କୁ ସତର୍କତା ଅବଲମ୍ବନ ପାଇଁ ସୂଚନା ଦେଇ ଗ୍ରାମବାସୀ ମାନେ ଜଗି ବସିଛନ୍ତି। ଗ୍ରାମ ରେ ଭୟର ବାତାବରଣ ଯୋଗୁଁ ଶିଶୁଙ୍କୁ ସ୍କୁଲକୁ ଛାଡ଼ୁ ନଥିବା ବେଳେ ଗ୍ରାମରେ ବାଘ ପାଦ ଚିହ୍ନ ଥିବା ଦେଖିବାକୁ ମିଳିଅଛି। ମଣିଷ ଖିଆ ବାଘ କୁ ଯନ୍ତା ରେ କାଏଦ କରିଥିବା ପରେ ଗ୍ରାମବାସୀ ମାନେ ଆଶ୍ବସ୍ତ ପାଉଥିଲେ କିନ୍ତୁ ପୁଣି ଏକ ବାଘ ଘୁରି ବୁଲୁଥିବା ଗ୍ରାମବାସୀଙ୍କ ଚିନ୍ତାକୁ ଦ୍ଵିଗୁଣିତ ବଢାଇ ଦେଇଛି।