ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଅନେକ ଉପାୟ ଆପଣାଇ ଥାଉ l ସେଥିମଧ୍ୟରୁ ଗୋଟିଏ ହେଲା ଶରୀରରୁ ଟକ୍ସିକ ପଦାର୍ଥ କୁ ବାହାର କରିବା ପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା l ଯାହାଦ୍ୱାରା ଆମେ ଅନେକ ଗୁଡିଏ ରୋଗ ଠାରୁ ଦୁରେଇ ରହିଥାଉ l ପ୍ରତିଦିନ ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦୂର ହୋଇଥାଏ , କିନ୍ତୁ ଯଦି ଏହି ପାଣିରେ ମାତ୍ର ଗୋଟିଏ ଚୁଟକୀ ଲୁଣ ମିଶାଇ ଦିଆଯାଏ, ତେବେ ଏହା ଅନେକ ଗୁଡିଏ ରୋଗ ପାଇଁ ରାମବାଣ ହୋଇଥାଏ l ତେବେ ଆସନ୍ତୁ ଜାଣିବା ଉଷୁମ ପାଣି ସହିତ ଲୁଣ ମିଶାଇ ସେବନ କରିବାର ଚମତ୍କାର ଲାଭ ବିଷୟରେ l
* ଶରୀରକୁ ହାଇଡ୍ରେଟ ରଖିଥାଏ –
ଉଷୁମ ପାଣି ରେ ଲୁଣ ମିଶିଯିବା ଦ୍ୱାରା ଏହି ପାଇଁ ପୋଟାସିୟମ, କ୍ୟାଲସିୟମ, ମଗ୍ନେଶୀୟମ ଭଳି ପୋଷାକ ତତ୍ତ୍ୱରେ ଭରପୁର ହୋଇ ଯାଇଥାଏ l ଯାହାକି ଶରୀରରେ ଇଲେକ୍ଟ୍ରୋଲାଇଟ କୁ ସନ୍ତୁଳନ ରଖିଥାଏ ଏବଂ ଏହାଦ୍ୱାରା ଶରୀର ହାଇଡ୍ରେଟ ହୋଇଥାଏ l
* ହାଡ଼ ପାଇଁ ଲାଭ ଦାୟକ –
ଯେଉଁ ଲୋକ ମାନଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ରହିଛି, ସେମାନଙ୍କ ପାଇଁ ଏହି ପାଣି ଖୁବ ହିତକର l ଏହି ପାଣିରେ କ୍ୟାଲସିୟମ ରହିଥାଏ ଯାହାକି ମାଂସପେଶୀ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l
* ପାଚନ ସମସ୍ୟା ପାଇଁ ହିତକର –
ଯଦି ଆପଣ କୋଷ୍ଠ କାଠିନ୍ୟ ସମସ୍ୟାରେ ସମୁଖୀନ ହେଉଛନ୍ତି ତେବେ ଏଥିପାଇଁ ଉଷୁମ ପାଣି ଓ ଲୁଣ ଖୁବ ହିତକର l ପ୍ରତିଦିନ ରାତିରେ ଉଷୁମ ପାଣିରେ ଲୁଣ ସାମାନ୍ୟ ମିଶାଇ ସେବନ କରି ଶୁଆନ୍ତୁ l ସକାଳୁ ପେଟ ସମ୍ପୂର୍ଣ ସଫା ହୋଇଯିବ l
* ଶରୀର ଡିଟକ୍ସି ଫାଇ ହୋଇଥାଏ –
ଉଷୁମ ପାଣି ରେ ଲୁଣ ମିଶାଇ ସେବନ କରିବା ଦ୍ୱାରା ଶରୀରର ବ୍ୟାଡ଼ ଟକ୍ସିନ ପରିସ୍ରା, ଝାଡା ଓ ଝାଳ ସାହାଯ୍ୟ ରେ ବାହାରି ଯାଇଥାଏ l ଯାହାଦ୍ୱାରା ଆପଣ ରୋଗ ଠାରୁ ଦୁରେଇ ରହି ପାରିବେ l ଏହାଛଡା କିଡ୍ନୀ ଓ ଲିଭର ମଧ୍ୟ ସୁସ୍ଥ ରହିଥାଏ l