Odisha news

ସିଡବ୍ଲୁସି ସଦସ୍ୟା ହତ୍ୟା ମାମଲା ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

0
ବ୍ରହ୍ମପୁର  : ଗଞ୍ଜାମ ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି) ସଦସ୍ୟା ସୌଦାମିନୀ ରଥ (୫୫)ଙ୍କୁ ତାଙ୍କ ବାସଭବନରେ ବୁଧବାର ରାତ୍ର ଚୋରି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିଲା। ଗୋଶାଣିନୁଆଗାଁ ପୋଲିସ ଆଜି  ଉକ୍ତ ହତ୍ୟାରେ ସଂପୃକ୍ତ ତାଙ୍କ ଡ୍ରାଇଭର ସୀମାଞ୍ଚଳ ସାହୁ ଓ ତା’ର ସହଯୋଗୀ ବିରେନ୍ ଓରଫ ବିଶ୍ଵନାଥ ସାହୁ(୨୫) ଗିରଫ କରି କୋର୍ଟ ଚାଲାଣ କରିଛି। ଗୋସାଇଁନୂଆଗାଁ ଥାନା ପୁଲିସ ଆଜି ଉଭୟଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରିଥିଲା।ଏସ୍‌ଡିଜେଏମ୍‌ଙ୍କ ଦାୟିତ୍ବରେ ଥିବା ଜେଏମ୍‌ସି କୁମାରୀ ଜୁଏଲ୍‌ ପଟ୍ଟନାୟକ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେବାକୁ ନିର୍ଦେଶ ଦେଇଥିଲେ । କୋର୍ଟ ନିର୍ଦ୍ଦେଶପ୍ରକାରେ ଉଭୟଙ୍କୁ ବ୍ରହ୍ମପୁର ଜେଲ୍ ପଠାଇ ଦିଆଯାଇଛି । ସିମାଞ୍ଚଳର ଘର ଆଙ୍କୁଲି ଖଳା ସାହି ହୋଇଥିବା ବେଳେ ତା’ର ସହଯୋଗୀ ବିରେନ୍‌ର ଘର ଇଞ୍ଜିନିୟରିଂ ସ୍କୁଲ ଛକବିଦ୍ୟୁତପୁରୀ କଲୋନି । ଅଭିଯୁକ୍ତଙ୍କ ରକ୍ତଭିଜା ସାର୍ଟ, ଲୁହା କଟର ଜବତ କରିଛି ପୁଲିସ । ଉଭୟ ଅଭିଯୁକ୍ତ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ୬ଟି ଚୋରି ମାମଲାରେ ସଂପୃକ୍ତ ଥିବାବେଳେ ସିମାଞ୍ଚଳ ଆଉ ଏକ ନାବାଳିକା ବଳାତ୍କାର ମାମଲାରେ ପୂର୍ବରୁ ଗିରଫ ହୋଇଥିବା ବ୍ରହ୍ମପୁର ଏସ୍‌ପି ଡା.ସବଣା ବିବେକ ଏମ୍ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।
ଗୋସାଇଁନୂଆଗାଁ ଥାନା ବିଜିପୁର ନୀଳକଣ୍ଠନଗର ପ୍ରଥମ ଲାଇନ୍‌ରେ ସୌଦାମିନୀଙ୍କୁ ଗତ ୧୧ତାରିଖ ରାତି ୧୧ଗରେ ହତ୍ୟା କରିଥିଲେ ଦୁର୍ବୃତ ।
ଏସ୍‌ପି ସର୍ବଣା ବିବେକ ଏମ୍ଙ୍କ ସୂଚନା ପ୍ରକାରେ, ସୌଦାମିନୀଙ୍କ ଏକମାତ୍ର ପୁଅ ବେଙ୍ଗାଲୁରୁରେ ତାଙ୍କ ପରିବାର ସହ ରହୁଛନ୍ତି। ସେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଅରୁଣା’ ସମ୍ପାଦିକା ରହିଥିଲେ । ୨୦୨୩ ଜୁଲାଇ ୧୨ରେ ସିଡବୃସି ସଦସ୍ୟଭାବେ ନିଯୁକ୍ତି ପାଇଥିଲେ । ସେ ଅରୁଣା ନିର୍ଦ୍ଦେଶକ ଲୋକନାଥ ମିଶ୍ରଙ୍କ ସହ ଭୁବନେଶ୍ବରରେ ହେଉଥିବା ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ଗତ ୧୦ ତାରିଖରେ ଯାଇଥିଲେ । ସେଠାରୁ ସେ ଗୁରୁବାର ବ୍ରହ୍ମପୁରରେ ପହଞ୍ଚିବେ ବୋଲି ତାଙ୍କ କାର ଡ୍ରାଇଭରକୁ ଜଣାଇଥିଲେ।
ମାଲିକାଣି ଫେରିବା ପୂର୍ବରୁ ଚୋରି କରିବାକୁ ସମସ୍ତ ପ୍ରସ୍ତୁତ କରିସାରିଥିଲା ସିମାଞ୍ଚଳ । ପୂର୍ବରୁ ଅନେକ ଚୋରି କେସ୍‌ରେ ଥିବା ତା’ର ସହଯୋଗୀ ବିରେନ୍‌କୁ ନେଇ ଚୋରି ଯୋଜନା କରିଥିଲା । ଆସିକା ରୋଡ଼ ଅଞ୍ଚଳରୁ ଏକ ଦୋକାନରୁ ଗ୍ରୀଲ କଟର କିଣିଥିଲା। ସେପଟେ ଦିନକ ପୂର୍ବରୁ ସେ ଘରକୁ ଫେରି ଆସିଥିଲେ ସୌଦାମିନୀ। ରାତି ପ୍ରାୟ ସାଢ଼େ ୧୦ଟାରେ ଅଭିଯୁକ୍ତ ଘରର ପ୍ରଥମ ମହଲାକୁ ଯାଇଥିଲା। ସେଠାରେ ହଠାତ୍ ମାଲିକାଣୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଏବଂ ତାଙ୍କୁ କଟରରେ ମୁଣ୍ଡକୁ ମାରିଥିଲା। ସେତେବେଳେ ସେ ଜଣେ କର୍ମଚାରୀ ସହ ଫୋନ୍‌ରେ କଥା ହେଉଥିଲେ । ପାଟି କରିବାରୁ କର୍ମଚାରୀ ଜଣକ ସନ୍ଦେହ କରି ଅରୁଣା ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ଜଣାଇଥିଲେ। ପୁଲିସକୁ ମଧ୍ୟ ଅଭିଯୋଗ କରିଥିଲେ। ସୀମାଞ୍ଚଳ ତା’ର ସହଯୋଗୀ ବିରେନ୍‌କୁ ଡାକି ସେଠାରୁ ଫେରାର୍ ହୋଇଯାଇଥିଲା। ଗୋସାଇଁନୂଆଗାଁ ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନ ଓ ଗଉନ୍ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ବେଡ୍ ରୁମ୍‌ରେ ସୌଦାମିନୀ ମୁହଁମାଡ଼ି ପଡିଥିବା ଦେଖିଥିଲେ । ପାଖରେ ପଡିଥିଲା କଟୁରି ଏବଂ ଘରେ ବୋହି ଯାଉଥିଲା ରକ୍ତ। ଘର ଆଗରେ ଗାଡ଼ି ରଖାଯାଇଥିବାରୁ ପ୍ରଥମେ ଡ୍ରାଇଭର୍‌କୁ ଉଠାଇ ଆଣି ପଚରାଉଚରା କରିଥିଲେ । ସେ ଘଟଣା ସ୍ବୀକାର କରିଥିଲା ଏବଂ ସହଯୋଗୀ ବିରେନ୍ ମଧ୍ୟ ଏଥିରେ ସଂପୃକ୍ତି ଥିବା ଜଣାଇଥିଲା। ପୁଲିସ ଉଭୟଙ୍କୁ ଗିରଫ କରିବା ସହ ସିନ୍ ରି-କ୍ରିଏସନ୍ କରିଥିଲା। ଆଜି ଉଭୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି |
Nalco
Leave A Reply