Odisha news

କେମିକାଲ ମିଶ୍ରଣରେ ପ୍ରସ୍ତୁତ ହେଉଥିଲା ଖାଦ୍ୟ , ହୋଟେଲ ଉପରେ ଚଢ଼ାଉ କଲା ଫୁଡସେପ୍ଟି ବିଭାଗ 

0
କାକଟପୁର ୧୩/୧୦ : ପୁରୀ   ଫୁଡ଼ ସେପ୍ଟି ବିଭାଗ ଓ କାକଟପୁର ପୋଲିସର ମିଳିତ ସହଯୋଗରେ କାକଟପୁର ବଜାର ଉପରେ ଥିବା ପ୍ରତିଷ୍ଠିତ  ହୋଟେଲ ସମେତ  ଢ଼ାବା, ଟେଷ୍ଟି କର୍ଣ୍ଣର , ମହାବୀର ଢ଼ାବା ଓ ଅନ୍ୟ ହୋଟେଲ, ଫାଷ୍ଟଫୁଡ଼ ଫଳ ଦୋକାନ ମାନଙ୍କରେ ଚଢ଼ାଉ କରାଯାଇଥିଲା  | ଚଢ଼ାଉ ହେବାର ଖବର ଶୁଣି, ଆଉ କିଛି ହୋଟେଲ ମାଲିକ ମାନେ ହୋଟେଲ ବନ୍ଦ କରି ଲୁଚି ଯାଇଥିଲେ ।  ପ୍ରତିଷ୍ଠିତ ହୋଟେଲ ଗୁଡିକରେ ବାସୀ ଖାଦ୍ୟ ସମେତ, ସଢା ଛତୁ, ବାସି ପନିର ସମେତ ଅନେକ ରାସାୟନିକ ରଙ୍ଗ ଜବତ କରାଯିବା ସହ ସର୍ଫ ପକାଇ ଖାଦ୍ୟ ଗୁଡିକୁ ନଷ୍ଟ କରିଛି ଖାଦ୍ୟ ସୁରକ୍ଷା ବିଭାଗ ।  ହୋଟେଲର ମାଲିକ ମାନେ ଅଧିକ ଅର୍ଥ ରୋଜଗାର ଆଶାରେ ଏହିଭଳି ଖାଦ୍ୟ ପଦାର୍ଥ ଦେଇ ଲୋକଙ୍କ ଜୀବନ ସହ ଖେଳିବାଳୁ ପଛାଉ ନାହାନ୍ତି । ଖାଦ୍ୟ ଟେଷ୍ଟି ସହ ସୁଗନ୍ଧ ବାସ୍ନା ଓ ସୁନ୍ଦର ଦିଶିବା ପାଇଁ ବ୍ୟବହାର ହେଉଛି  କେମିକାଲ ଲିକୁଇଡ଼ । କେମିକାଲ ପକାଇ କରାଯାଉଛି ବଳକା ଖାଦ୍ୟକୁ ଫ୍ରେଶ । ଗ୍ରାହକଙ୍କୁ ପରସା ଯାଉଥିଲା ନଗଦ ଉପରେ ରିଫ୍ରେସ ଖାଦ୍ୟ । ଯାହା କି ଶରୀର ପାଇଁ ଅନେକ କ୍ଷତିକାରକ ହୋଇଥାଏ । ହୋଟେଲ ମାଲିକ ମାନେ ଅଧିକ ଅର୍ଥ ରୋଜଗାର କରିବା ଲକ୍ଷ୍ୟରେ ଜୀବନ ନେବାଭଳି  କେମିକାଲ ପକାଇ ରଙ୍ଗୀନ କରି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଯାହାଫଳରେ ଦିନକୁ ଦିନ ଭିର୍ଣ୍ଣ ଭିର୍ଣ୍ଣ ରୋଗର ଶିକାର ହେଉଛନ୍ତି ଯୁବପିଢ଼ି । ଅନ୍ୟପଟରେ ଦିନକୁ ଦିନ କାକଟପୁରରେ ଖୋଲିଚାଲିଛି ବେଆଇନ ଅଣପଞ୍ଜୀକୃତ  ହୋଟେଲ ଓ ଫାଷ୍ଟଫୁଡ଼ ସେଣ୍ଟର । ଅନେକ ସମୟରେ ଖାଦ୍ୟରୁ ବିଛା, ଝିଟିପିଟି, ଝିଣ୍ଟିକା, ମାଛି ବାହାରୁଥିବାର ଦୃଶ୍ୟ ନଜରକୁ ଆସିଛି । କିଛି ଦିନ ପୂର୍ବେ ଏକ ପ୍ରତିଷ୍ଠିତ ହୋଟେଲରୁ ଦୋସା ରୁ ବିଛା ବାହାରିବା , ଅନ୍ୟ ଏକ ହୋଟେଲ ର ଡାଲି ରୁ ଝିଟିପିଟି ବାହାରିବା ଘଟଣା କାକଟପୁରରେ ଚହଳ ପକାଇଥିଲା । ସମ୍ପୃକ୍ତ ଘଟଣାଟି ବିଭିନ୍ନ ସୋସିଆଲ ମିଡ଼ିଆ ରେ  ପ୍ରକାଶ ପାଇବା ପରେ, ଆଜି ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ କାକଟପୁର ଆସି ପ୍ରତିଷ୍ଠିତ ଅରୁଆ ହୋଟେଲ ସହ ଅନ୍ୟ ହୋଟେଲ ଗୁଡିକରେ ମଧ୍ୟ୍ୟ ଚଢ଼ାଉ କରି ବାସି ଖାଦ୍ୟ ପଦାର୍ଥ ଗୁଡିକୁ ନଷ୍ଟ କରିଛନ୍ତି | ଚଢ଼ାଉ ପରେ ପରେ ଟେଷ୍ଟିଙ୍ଗ କରିବା ଲାଗି କେତେକ ଖାଦ୍ୟ ସାମଗ୍ରୀ ମଧ୍ୟ୍ୟ ନେଇଛି ଖାଦ୍ୟ ସୁରକ୍ଷା ବିଭାଗ |ଟେଷ୍ଟିଙ୍ଗ ରିପୋର୍ଟ ଆସିଲେ ଆଗାମୀ ଦିନରେ ହୋଟେଲ ଗୁଡିକ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହାକୁ ଅପେକ୍ଷା ।  ଅନ୍ୟପଟରେ  ସରକାରୀ ଜମିକୁ ଜବରଦସ୍ତ ଅକ୍ତିଆର କରି ରାସ୍ତା ଧାଡରେ ଖୋଲା ଯାଉଛି  ହୋଟେଲ , ଜଳଖିଆ ଦୋକାନ କିନ୍ତୁ ପ୍ରଶାସନ ଏମାନଙ୍କ ବିରୋଧରେ ନେଉନାହିଁ କୌଣସି କାର୍ଯ୍ୟାନୁଷ୍ଠାନ । ମୁଖ୍ୟ  ରାସ୍ତା ଦାଢ଼ ୟୁକୋ ବ୍ୟାଙ୍କ  ଛକ ନୂଆ ବସ ଷ୍ଟାଣ୍ଡ କୁ ଲାଗି  ଖୋଲାଯାଉଛି ମାଂସ  ଦୋକାନ ।  ଯାହାଫଳରେ ଟ୍ରାଫିକ ସମସ୍ୟା  ଦିନକୁ ଦିନ ବଢ଼ିବାରେ ଲାଗିଛି , ଦୁର୍ଘଟଣାର ମଧ୍ୟ ଘଟୁଛି । ଏହାପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ବହୁତଜରୁରୀ ।

Leave A Reply