କଣାସ,୧୩/୧୦/: ଗାଁ ଠାରୁ ସହର ସବୁଜାଗରେ ବିକାଶର ସ୍ୱର । ସାଧାରଣ ଜନତାଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ବିକାଶ ମୂଳକ ଜନହିତକର ଯୋଜନା ପ୍ରଣୟନ କରିଥିବା ବେଳେ ଶୁକ୍ରବାର ଅପରାହ୍ନରେ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ସମ୍ମିଳନୀ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଦିନର ସ୍ଵଚ୍ଛ ଶାସନରେ ସାଧାରଣ ଜନତାଙ୍କୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ସାମିଲ କରିଛନ୍ତି ।କଣାସ ବ୍ଲକରେ ୫-ଟି ସ୍କୁଲ,ବିଭିନ୍ନ ନଦୀ ନାଳ ଖନନ, ଚାଷ ଜମି ପାଇଁ ଉଠା ଜଳ ସେଚନ ପ୍ରକଳ୍ପ,ଯାତାୟତ ପାଇଁ ବିଭିନ୍ନ ନଦୀରେ ସେତୁ,ଗରିବଙ୍କୁ ଆବାସ ଯୋଜନା,ଖାଦ୍ୟ ନିରାପତ୍ତା ଯୋଜନାରେ ରାସନ୍ କାର୍ଡ,ବିଦ୍ୟୁତ୍ ଗ୍ରିଡ୍ ନିର୍ମାଣ,ମହିଳାଙ୍କୁ ମିଶନ ଶକ୍ତି ଜରିଆରେ ସ୍ବାବଲମ୍ବୀ,ମେଗା ପାନୀୟ ଜଳ ପ୍ରକଳ୍ପ, ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ,ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଲୋକ ମାନଙ୍କୁ ଦୈନିକ କାମ ,ରାସ୍ତାଘାଟ,ବିଜୁଳି,ସ୍ବାସ୍ଥ୍ୟ ,ଶିକ୍ଷା ,ଚାଷ ଆଦିରେ ଅନେକ ଗୁଡ଼ିଏ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରାଯାଇଛି ।ଗାଁ ଗହଳିରେ ଯାହାବି କାର୍ଯ୍ୟ ବାକି ରହିଛି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅନେକ କାର୍ଯ୍ୟ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।ସତ୍ୟବାଦୀ ଓ କଣାସ ଅଞ୍ଚଳର କିଭଳି ଭାବେ ଅଧିକରୁ ଅଧିକ ବିକାଶ ହେବ ସେ ନେଇ ଚେଷ୍ଟା ଜାରି ରହିଛି ଆଗକୁ ମଧ୍ୟ ଜାରି ରହିବ ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ କଣାସ ବ୍ଲକ୍ ଉନ୍ନୟନ ଅଧିକାରୀ ନାରାୟଣ ସାହୁ,ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ,ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଓ ମିଶନ ଶକ୍ତିର ମହିଳାମାନେ ଯୋଗ ଦେଇଥିଲେ ।