Odisha news

ଆଦିବାସୀ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ମାନବ ଅଧିକାର କମିଶନରଙ୍କୁ ଭେଟିଲେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ 

0
ପାରଳାଖେମୁଣ୍ଡି:୫/୧୦ :  ସାରା ରାଜ୍ୟରେ ବହୁ ଚର୍ଚ୍ଚତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ମେଧାବୀ ଆଦିବାସୀ ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ ମାନବ ଅଧିକାର ସେତେବେଳେ  ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ସୌଦାମିନୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବୀ କରି ତାଙ୍କ ମାଆ ସୁଜ୍ଞାନୀ ଗମଙ୍ଗୋ ୪୬ ଦିନ ଧରି ଧାରଣାରେ ମଧ୍ୟ ବସିଥିଲେ। ଝିଅ ମୃତ୍ୟୁ ଘଟଣା ଅପମୃତ୍ୟୁ ନୁହେଁ ଏହା ଏକ ଦୁଷ୍କର୍ମ ଓ ହତ୍ୟା ବୋଲି ପରିବାର ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହା ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାରି ଭିତରେ ତଦନ୍ତକୁ ପାଞ୍ଚ ମାସ ବିତିଗଲାଣି ପରେ ବି ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ଦୂର କଥା ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପ୍ରକାଶ ପାଇନାହିଁ। ତେଣୁ ଆଜି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ମୃତ୍ୟୁ ଆଦିବାସୀ ଛାତ୍ରୀ ସୌଦାମିନୀ ଓ ତାଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ମାନବ ଅଧିକାର କମିଶନରଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ। ଅଏଚଆରସି ସଦସ୍ୟ ଅସୀମ ଅମିତାଭ ଦାସଙ୍କୁ ଭେଟି ଏହି ଘଟଣା ବିଷୟରେ ଆଲୋଚନା କରିଥିଲେ । ଗଜପତି ଜିଲ୍ଲା ଗସ୍ତ ସମୟରେ ଏହି ଆଦିବାସୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ଖବର ତାଙ୍କ ସାମ୍ନାକୁ ଆସିଥିଲା। ପୀଡିତା ଛାତ୍ରୀଙ୍କ ମାଆ ବିଭିନ୍ନ ସ୍ଥାନରେ ନ୍ୟାୟ ପାଇଁ ଦାବୀ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରିନାହିଁ। କ୍ରାଇମବ୍ରାଞ୍ଚ୍ ତଦନ୍ତ ହୋଇଥିଲେବି ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଯିଏ ଅଭିଯୋଗ କରିଛନ୍ତି ତାଙ୍କ ଅଭିଯୋଗକୁ କଣ ପାଇଁ ଶୁଣା ଯାଉନାହିଁ। ଯେଉଁ ଶିକ୍ଷକ ଓ ୱାଡେନ୍ ଦାୟିତ୍ୱରେ ଥିଲେ ତାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କଣ ତଦନ୍ତ ହୋଇଛି ଓ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୋଷ୍ଟମଟମ୍ ରିପୋର୍ଟ ସହ ଭିଡିଓ ଗ୍ରାଫୀର ସମାନତା ନାହିଁ। ସଠିକ୍ ତଦନ୍ତ ହୋଇ ନଥିବାରୁ ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବାର ସନ୍ଦେହ ହେଉଛି ବୋଲି ବିଜୟ ପଟ୍ଟନାୟକ ଅଭିଯୋଗ କରିଥିଲେ। ତେଣୁ ପୀଡ଼ିତାଙ୍କ ମାଆଙ୍କ ସହ ଆଜି ଓଡିଶା ମାନବ ଅଧିକାର କମିଶନର (OHRC) ଙ୍କ ନିକଟରେ ଦ୍ୱାରସ୍ଥ ହୋଇ ବିଜୟ ପଟ୍ଟନାୟକ ଏହି ଘଟଣାର ସଠିକ ତଦନ୍ତ ଦାବୀ କରିବା ସହ ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ସଂଗ୍ରାମ ଜାରି ରଖିବ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି। ଆଜିର ଏହି ସାକ୍ଷାତ ସମୟରେ କଂଗେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକଙ୍କ ସମେତ ପୀଡ଼ିତାଙ୍କ ମାଆ ସୁଜ୍ଞାନୀ ଗମାଙ୍ଗୋ, କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ଓ ଛାତ୍ର କଂଗେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ଉପସ୍ଥିତ ରହିଥିଲେ।
Govt
Leave A Reply