Odisha news

ବୟସ୍କ ମାନଙ୍କ ମଧ୍ୟରେ ବୃଦ୍ଧି ପାଉଛି ଡିପ୍ରେସନ ସମସ୍ୟା, ଏହିସବୁ ଉପାୟ ଦ୍ୱାରା ଠିକ ରଖିବା ଜରୁରୀ : ରିସର୍ଚ୍ଚ 

0
ମଣିଷ ଭାବିଥାଏ ଯେ ଯଦି ପିଲା ବଡ ହୋଇ ଠିକ ଭାବରେ ଏଷ୍ଟାବ୍ଲିସ କରିଯାଏ ତେବେ ପିତାମାତା ଚିନ୍ତାମୁକ୍ତ ଜୀବନ ଅତିବାହିତ କରି ଥାନ୍ତି l ତେଣୁ ମାବାପା ନିଜେ ବଞ୍ଚିବା ବଦଳରେ ପିଲା ମାନଙ୍କର ଭବିଷ୍ୟତ ତିଆରି କରିବା ପାଇଁ ଆପ୍ରାଣ ଚେଷ୍ଟା କରି ଥାନ୍ତି l କରି କରି ଅଣନିଶ୍ୱାସୀ ହୋଇଗଲେ ମଧ୍ୟ ଥକି ପଡ଼ନ୍ତି ନାହିଁ l କିଛିଦିନ ପରେ ପିତାମାତାଙ୍କ ସ୍ବପ୍ନ ଓ ଆଶା ପୁରଣ ହୋଇଥାଏ l ଏବଂ ତାଙ୍କ ସନ୍ତାନ ଭଲରେ ଏଷ୍ଟାବ୍ଲିସ ହୋଇ ଯାଇଥାଏ l ପିତାମାତା ନିଜ ସନ୍ତାନ ମାନଙ୍କର ଗୁଣଗାନ କରିବାକୁ ପଛାନ୍ତି ନାହିଁ l କିଛିଦିନ ପରେ ପିଲାମାନେ ତାଙ୍କୁ ଛାଡି ବାହାରକୁ ପଳାନ୍ତି ଓ ସେଠାରୁ ଆଉ ଫେରନ୍ତି ନାହିଁ l ଏହାପରେ ଆରମ୍ଭ ହୋଇଯାଏ ମାବାପା ଙ୍କ ଦୁଃଖ ର କାହାଣୀ l ସେମାନେ ଏକାକୀ ଜୀବନ ବିତାଇ ଥାଆନ୍ତି l ଏହି ଏକାକୀ ପଣ ଟାଣି ନେଇଥାଏ ଡିପ୍ରେସନ ଆଡକୁ l ଏବଂ ଡିପ୍ରେସନ ରେ ପୀଡିତ ହୋଇ ମାନସିକ ବିକାର ଦ୍ୱାରା ପୀଡିତ ହୁଅନ୍ତି l
ଏହାକୁ ଆକ୍ଷି ଆଗରେ ରଖି ମାନସିକ ଚିକିତ୍ସକ ମାନେ ଗୋଟିଏ ରିସର୍ଚ୍ଚ କରିଛନ୍ତି l ଯେଉଁଥିରେ ଦେଖିବାକୁ ମିଳିଥିଲା ମାବାପା ଙ୍କ ମାନସିକ ଚାପ ଟାଣି ନେଉଛି ତାଙ୍କୁ ଗମ୍ଭୀର ରୋଗ ଆଡକୁ l ବୟସ୍କ ମାନଙ୍କର ମାନସିକ ବିକାର ସେତେବେଳେ ଆରମ୍ଭ ହୋଇଥାଏ ଯେତେବେଳେ ସେମାନେ ନିଜକୁ ଏକାକୀ ଅନୁଭବ କରିଥାଆନ୍ତି l ତେଣୁ ଏହି ଅଧ୍ୟୟନ ରେ ଏଭଳି କିଛି ବୟସ୍କ ଙ୍କୁ ସାମିଲ କରାଯାଇଥିଲା ଯିଏକି ମାନସିକ ବିକାର ଗ୍ରସ୍ତ ର କାରଣ ଥିଲା ଡିପ୍ରେସନ l ତେଣୁ ଏପରି ସ୍ଥିତିରେ କିଛିଟା କଥାକୁ ନିହାତି ଧ୍ୟାନ ଦେବା ଜରୁରୀ l
* ବୟସ୍କ ମାନେ ନିଜକୁ ନିରୋଗୀ ଓ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗାସନ ଓ ଚଲାବୁଲା ରଖିବା ଜରୁରୀ l
* ନିୟମିତ ଭାବରେ କିଛିଟା ସମୟ ସମବୟସ୍କ ବ୍ୟକ୍ତିଙ୍କ ସହିତ ବିତାଇବା ଜରୁରୀ ଯାହାକି ତାଙ୍କ ମନକୁ ଖୁସି ରଖିବାରେ ସାହାଯ୍ୟ କରିଥାଏ l
* ମନର ପରିବର୍ତ୍ତନ ପାଇଁ କିଛିଦିନ ପାଇଁ ନିଜର ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ନିକଟକୁ ବୁଲି ଯାଆନ୍ତୁ l ସମୟ ଅତିବାହିତ ହେବା ସହ ମନ ମଧ୍ୟ ପ୍ରଫୁଲ୍ଲ ରହିବ l
* ନିଜ ଘର ନିକଟରେ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ ଯାହା ଦ୍ୱାରା ନିଜକୁ ବ୍ୟସ୍ତ ରଖିପାରିବେ ଓ ମାନସିକ ଭାବରେ ମଧ୍ୟ ଆକ୍ଟିଭ ରହିବେ l
* ଘରର ଛୋଟ ଛୋଟ କାମ ନିଜେ କରନ୍ତୁ, ନିଜ ଘରେ ରଖିଥିବା ଗଛ ଗୁଡିକର ନିଜେ ଯତ୍ନ ନିଅନ୍ତୁ , ସକାଳ ର ଶୀତଳ ପବନ ରେ ନିଜ ପତ୍ନୀ ଙ୍କ ହାତ ଧରି କିଛି ସମୟ ପାଇଁ ପରିବା ମାର୍କେଟ ବୁଲି ଆସନ୍ତୁ l ନିଜ ଦୈନନ୍ଦିନ ଜିବନର ଏହି ଛୋଟ ଛୋଟ କାର୍ଯ୍ୟ ଆପଣଙ୍କୁ ଆନନ୍ଦ ଦେବ l
Leave A Reply