Odisha news

ଯଦି ପିତାମାତା ନିଜ ସନ୍ତାନ ମାନଙ୍କ ସହିତ ଗୋଟିଏ ବିଛଣାରେ ଶୋଉଚନ୍ତି ତେବେ ଏହିସବୁ କଥାକୁ ନିହାତି ଦୃଷ୍ଟିରେ ରଖିବା ଜରୁରୀ  

0
ଆମ ଭାରତୀୟ ପରିବାର ରେ ବିଶେଷ ଭାବରେ ଆମେ ନିଜ ସନ୍ତାନ ମାନଙ୍କ ସହିତ ଗୋଟିଏ ବିଛଣାରେ ଶୋଇଥାଉ l ଅନେକ ଅଭିଭାବକ ଏଭଳି ଥାନ୍ତି ଯିଏକି ନିଜ ସହିତ ନିଜ ପିଲା ମାନଙ୍କୁ ଶୁଅଇବାକୁ ପସନ୍ଦ କରନ୍ତି l କିନ୍ତୁ ଶିଶୁ ବିଶେଷଜ୍ଞ ଙ୍କ ମତରେ ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପର୍ଯ୍ୟନ୍ତ ଆପଣ ନିଜ ସନ୍ତାନ ମାନଙ୍କୁ ନିଜ ସହିତ ଶୁଆଇ ପାରିବେ l ନଚେତ ଏହା ପିଲା ମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇପାରେ l
* ଶିଶୁ ବିଶେଷଜ୍ଞ ଙ୍କ ମତରେ ପିଲାଙ୍କୁ ୭ ବର୍ଷ ହେବା ପରେ ପିତାମାତା ନିଜ ନିକଟରେ ଶୁଣାଇବା ଉଚିତ ନୁହେଁ l କାହିଁକି ନl ଝିଅ ମାନଙ୍କ ମଧ୍ୟରେ ୮ରୁ ୧୩ ବର୍ଷ ମଧ୍ୟରେ ପ୍ୟୁର୍ବଟି ଆସି ଯାଇଥାଏ l ଏବଂ ପୁଅ ମାନଙ୍କ ନିକଟରେ ୯ ରୁ ୧୪ ବର୍ଷ ମଧ୍ୟରେ ପ୍ୟୁର୍ଵଟି ଆସି ଯାଇଥାଏ l ପ୍ୟୁର୍ବଟି ର ଅର୍ଥ ହେଲା ଯୌନ ପରିପକ୍ଵତା l ଯାହାଦ୍ୱାରା ଶିଶୁଟି ଅସହଜ ମନେ କରିଥାଏ l
* ଏହି ବୟସ ମଧ୍ୟରେ ପିଲା ମାନଙ୍କ ମଧ୍ୟରେ ଅନେକ ପ୍ରକାର ହର୍ମୋନଲ ପରିବର୍ତନ ହୋଇଥାଏ l ଯେଉଁ କାରଣରୁ ତାଙ୍କ ସ୍ଵଭାଵ ରେ ପରିବର୍ତନ ଆସିଥାଏ l ଏପରି ସ୍ଥିତିରେ ସେମାନଙ୍କ ସହିତ ଘନିଷ୍ଠ ଅଧିକ ହେବା ଜରୁରୀ ଏବଂ ସବୁ କିଛି ବୁଝାଇବା ଜରୁରୀ l
* ଅନେକ ସମୟରେ ବାପା-ମାଙ୍କ ସହିତ ପିଲାମାନେ ଶୋଇବା ଦ୍ୱାରା ସେମାନଙ୍କ ଦ୍ୱାରା ନିଦ ପୁରା ହୋଇନଥାଏ l ଏବଂ ସେମାନେ ମାନସିକ ଚାପ ଗ୍ରସ୍ତ ହେବାର ଦେଖା ଯାଇଥାଏ l
* ଶିଶୁ ବିଶେଷଜ୍ଞ ଙ୍କ ମତରେ ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ପିଲାମାନେ ନିଜ ପିତାମାତା ଙ୍କ ସହିତ ଶୋଇବା ରେ ସଂକୋଚ ଲାଭ କରନ୍ତି l କାହିଁକି ନା ସେମାନଙ୍କ ଶରୀର ରେ ହେଉଥିବା ପରିବର୍ତନ କାରଣରୁ ଏଭଳି ହେବାର ଦେଖିବାକୁ ମିଳିଥାଏ l
* ପିତାମାତା ନିଜ ସନ୍ତାନ ମାନଙ୍କ ମାନସିକ ସ୍ଥିତିକୁ ସର୍ବଦା ଜଗିବା ଜରୁରୀ l ଯାହାଦ୍ୱାରା ପିଲାଙ୍କ ମସ୍ତିଷ୍କ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ l ଏବଂ ପିଲାମାନେ ମଧ୍ୟ ନିଜ ପ୍ରତି ଯତ୍ନଶୀଳ ହୋଇପାରିବେ l
Leave A Reply