ଆଜିକାଲି ର ଜୀବନଶୈଳୀ କିଛିଟା ରୋଗ ଆଡକୁ ମଣିଷ କୁ ଟାଣି ନେଉଛି l ସେଥି ମଧ୍ୟରୁ ଗୋଟିଏ ହେଲା ଥାଇରଏଡ l ଥାଇରଏଡ ଆମ ଗଳାର ଗୋଟିଏ ଅଂଶ ଅଟେ l ଏହା ଗୋଟିଏ ଏଭଳି ଗ୍ରନ୍ଥୀ ଯାହାକି ଶରୀର କୁ ଠିକ ଭାବରେ କାର୍ଯ୍ୟ କରିବାର ହର୍ମୋନ କୁ ଉତ୍ପାଦନ କରିଥାଏ l ଏହି ଗ୍ରନ୍ଥି ଠିକ ଭାବରେ କାର୍ଯ୍ୟ କରିନଥାଏ l ଯାହାଦ୍ୱାରା ଶରୀର ରେ ଅନେକ ପରିବର୍ତନ ହୋଇ ଥାଏ l ବେଳେବେଳେ ଏହା ଅଧିକ ହର୍ମୋନ କୁ ଉତ୍ପାଦିତ କରିଥାଏ ଯାହାକି ହାଇପରଥାଇରଏଡ ହୋଇଥାଏ l
* ଥାଇରଏଡ ରେ ପ୍ରଭାବିତ ହେବା ଦ୍ୱାରା ବ୍ୟକ୍ତିକୁ ଥକା ଲାଗିଥାଏ, ଓଜନ ରେ ପରିବର୍ତନ ହୋଇଥାଏ, ଅଧିକ ଥଣ୍ଡା ଲାଗିଥାଏ, କେଶ ଉପୁଡିବା ସମସ୍ୟା ଦେଖାଯାଏ l ଥାଇରଏଡ ରେ ପୀଡିତ ଥିଲେ ଆୟୋଡିନ ଯୁକ୍ତ ଲୁଣ ର ବ୍ୟବହାର କରିବା ଉଚିତ, ଏହାଛଡା ସେଲେନିୟମ ଓ ଜିଙ୍କ ରେ ଭରପୁର ଖାଦ୍ୟ ଖାଇବା ଲାଭ ଦାୟକ l ଥାଇରଏଡ ର ସନ୍ତୁଳନ ରଖିବା ଶରୀର ପକ୍ଷରେ ଖୁବ ଜରୁରୀ ଅଟେ l
* କଣ କହୁଛି ଅଧ୍ୟୟନ –
ଗୋଟିଏ ଅଧ୍ୟୟନ ଅନୁସାରେ ଥାଇରଏଡ ସମସ୍ୟା ଦେଖା ଦେଲେ ଆପଣ ନିୟମିତ ଭାବରେ ଔଷଧ ସେବନ କରିବା ଦ୍ୱାରା ମଧ୍ୟ ଶରୀର ପ୍ରଭାବିତ ହୋଇପାରେ l ଭାରତୀୟ ଆୟୁର୍ବେଦ ଅନୁସାରେ ନିଜକୁ ସୁସ୍ଥ ରଖିବା ପାଇଁ ଓ ଥାଇରଏଡ ଠାରୁ ଦୂରେଇ ରହିବା ପାଇଁ କିଛିଟା ଘରୋଇ ଉପାୟ ଆବଶ୍ୟକ l
* ଏହି ଅଧ୍ୟୟନ ଅନୁସାରେ ଧଣିଆ ଥାଇରଏଡ ପାଇଁ ଖୁବ ହିତକର ବୋଲି କୁହାଯାଇଛି l ତେଣୁ ଦୁଇଚାମଚ ଧଣିଆ କୁ ୫୦୦ ମିଲିଲିଟର ପାଣିରେ ରାତିସାରା ବତୁରାଈ ଦିଅନ୍ତୁ l ଏହାପରେ ସକାଳୁ ଏହାକୁ ଫୁଟାଇ ଏହି ପାଣି ଅଧା ହୋଇଯିବ ପରେ ସେବନ କରନ୍ତୁ l ଏହା ଥାଇରଏଡ କୁ କମ କରିବାରେ ସାହାଯ୍ୟ କରିଥାଏ l
* ଥାଇରଏଡ ରୋଗୀଙ୍କ ପାଇଁ ମୁଲେଠି ବା ପିପଳୀ ସେବନ ଖୁବ ହିତକର l ଏହାକୁ ଆପଣ ଉଷୁମ କରି ଗୁଣ୍ଡ କରି ସେବନ କରିପାରିବେ l କିମ୍ବା ମହୁ ସହିତ ସେବନ କରିବେ l କାହିଁକି ନା ଥାଇରଏଡ ରୋଗୀ ଙ୍କ ର ଅନେକ ସମୟରେ ଓଜନ ବୃଦ୍ଧି ମଧ୍ୟ ହୋଇଥାଏ ଓ ହ୍ରାସ ମଧ୍ୟ ହୋଇଥାଏ l ଯାହାକି ସେମାନଙ୍କୁ ସାହାଯ୍ୟ କରିଥାଏ l
* ପଇଡ଼ ପାଣି ଥାଇରଏଡ ରୋଗୀଙ୍କ ପାଇଁ ଖୁବ ହିତକର ଅଟେ l ଏଥିରେ ସେଲେନିୟମ ରହିଥାଏ ଯାହାକି ଥାଇରଏଡ ହର୍ମୋନ ଉତ୍ପାଦନ ରେ ସାହାଯ୍ୟ କରିଥାଏ l
* ଅଳସୀ ରେ ଅମେଗା ଫ୍ୟାଟି ଏସିଡ ରହିଛି l ଯାହାକି ଥାଇରଏଡ ପାଇଁ ଖୁବ ହିତକର l ଅଳସି ମଞ୍ଜିକୁ ଗୁଣ୍ଡ କରି ପ୍ରତିଦିନ ଗୋଟିଏ ଲେଖାଏଁ ଚାମଚ ସେବନ କରନ୍ତୁ l ଯାହାକି ଥାଇରଏଡ ସମସ୍ୟା ଦୂର କରିଥାଏ l